ପାଠ୍ୟ ପୁସ୍ତକ ତ୍ରୁଟି,ସିଏମଓ ରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର : ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡକାଇଲେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଅଛନ୍ତି । ସେହିପରି ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ପାଠ୍ୟପୁସ୍ତକ ତ୍ରୁଟି ସହ ରେଭେନ୍ସା ବିବାଦ ପ୍ରସଙ୍ଗରେ ଆଲୋଚନା ହେଉଛି ।
ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି ନେଇ ଚର୍ଚ୍ଚା ହେଉଛି, ସେଭଳି କୌଣସି ତ୍ରୁଟି ହୋଇନାହିଁ । ତେବେ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ସଠିକ୍ ସଂସ୍କରଣର ନୂଆ ବହି ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ବହି ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି ।
Tags:




