କୋଇଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

କୋଇଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ
Samaya Live News Picture
Published On

କୋଇଡ଼ା : କୋଇଡ଼ା ବନରେଞ୍ଜ ଅନ୍ତର୍ଗତ କନ୍ତର କୋଇଡ଼ା ଜଙ୍ଗଲରେ ଆଜି ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଓ ଆତଙ୍କ ସୃଷ୍ଟି କରିଛି। ଦୀର୍ଘ ସମୟ ଧରି ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବାରୁ ହେକ୍ଟର ହେକ୍ଟର ଜଙ୍ଗଲ ଭସ୍ମୀଭୂତ ହୋଇ ଯାଇଥିବା ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ ବିପନ୍ନ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୋଇଡ଼ା ଅଞ୍ଚଳର ପାହାଡ଼ ଓ ଜଙ୍ଗଲ ଅଞ୍ଚଳଗୁଡ଼ିକୁ ଖଣି କାମ ପାଇଁ ନିଲାମ ‌ମାଧ୍ୟମରେ ବିଭିନ୍ନ ବଡ଼ ବଡ଼ କମ୍ପାନୀଙ୍କୁ ହସ୍ତାନ୍ତର କରାଯାଉଥିବାରୁ ପରିବେଶ ଓ ଜଙ୍ଗଲ ଧୀରେ ଧୀରେ ଧ୍ୱଂସାଭିମୁଖୀ ହେଉଛି। ଜଙ୍ଗଲ ଅବଶିଷ୍ଟରେ ବନ୍ୟପ୍ରାଣୀ ଆଶ୍ରୟ ନେଇଥିବା ବେଳେ ସେଥିରେ ମଧ୍ୟ ନିଆଁ ଲାଗିଯିବାରୁ ସେମାନେ ଆହୁରି ବିପଦରେ ପଡ଼ିଛନ୍ତି। ନିଆଁ ଲାଗିଥିଲା ବେଳେ ବନ ବିଭାଗ ତୁରନ୍ତ ପଦକ୍ଷେପ ଲେ ଏତେ ବିସ୍ତିର୍ଣ୍ଣ ଅଞ୍ଚଳ ଜଳି ନଷ୍ଟ ହେଉନଥାନ୍ତା। ବନ ସୁରକ୍ଷା ଓ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବା ସହ ଏପରି ଘଟଣା ପୁନରାବୃତ୍ତି ରୋକିବା ପାଇଁ ତତ୍କାଳ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

Tags: