ଭୟଙ୍କର ସିଲିଣ୍ଡର ବ୍ଲାଷ୍ଟ , ୩ ଗୁରୁତର ଘର ଛାରଖାର

ଭୟଙ୍କର ସିଲିଣ୍ଡର ବ୍ଲାଷ୍ଟ , ୩ ଗୁରୁତର ଘର ଛାରଖାର
Samaya Live News Picture
Published On

ବାଲେଶ୍ୱର : ରୋଷେଇ କରୁଥିବାବେଳେ ଘଟିଲା ସିଲିଣ୍ଡର ବିସ୍ଫାରଣ । ଘର ଧ୍ୱସ୍ତ ହେବାର ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ସାରାଡାଙ୍ଗ ଗାଁରେ ଏହି ଭୟଙ୍କର ଘଟଣା ଘଟିଛି ।  ଆହତମାନେ ହେଲେ ଚନ୍ଦ୍ର ଶେଖର ପଣ୍ଡା, ମନୋରଞ୍ଜନ ପଣ୍ଡା ଓ ତାଙ୍କ ପୁଅ ବିସ୍ମିତ ଶେଖର ପଣ୍ଡା । ସମସ୍ତ ଆହତଙ୍କୁ ସିମୁଳିଆ ଓ ଖଇରା ମେଡିକାଲରେ ଚିକିତ୍ସା କରାଯାଉଛି ।

ସୂଚନାନୁସାରେ , ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମର ମନୋରଞ୍ଜନ ପଣ୍ଡାଙ୍କ ପତ୍ନୀ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟିଥିଲା । ଫଳରେ ଭୟଙ୍କର ନିଆଁ ବ୍ୟାପିଯାଇ ୩ବଖରା ଘର ଜଳିପୋଡ଼ି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡରେ ମୋଟରସାଇକେଲ, ସାଇକେଲ ସମେତ ଅନ୍ୟାନ୍ୟ ଆସବାବ ପତ୍ର ପାଖାପାଖି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । 

ସୂଚନା ପାଇ ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପ୍ରାୟ ଘଣ୍ଟାଏ ଧରି ପରିଶ୍ରମ ପରେ ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲା ।  

 

Tags: