କଂଗ୍ରେସ ସହ ହୋଇଛି ସାମୟିକ ଡ଼ିଲ - ସଂତୃପ୍ତ ମିଶ୍ର

କଂଗ୍ରେସ ସହ ହୋଇଛି ସାମୟିକ ଡ଼ିଲ - ସଂତୃପ୍ତ ମିଶ୍ର

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଜେଡି ମେଣ୍ଟ ନେଇ ତିନି ଦଳ ମୁହାଁ ମୁହିଁ ହୋଇଛନ୍ତି। ବିଜେଡି ନିଜ ସ୍ଥିତି ବଞ୍ଚେଇବାକୁ କଂଗ୍ରେସ ସହ ହାତ ମିଳେଇଛି । ବିଜେଡିର ଡ଼ଙ୍ଗା ବୁଡୁ ଥିବାରୁ ସାହାରା ପାଇଁ କଂଗ୍ରେସର ହାତ ଧରିଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।ଏହି ସମୟରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଦେଇଛନ୍ତି ବଡ଼ ବୟାନ  ।  ସେ କହିଛନ୍ତି ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି  । କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି । ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ' ।

ସମ୍ବନ୍ଧିତ ଖବର ବୁଦାମୂଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

କେବଳ ରାଜ୍ୟସଭା ନିର୍ବାଚନ ପାଇଁ ଲିମିଟେଡ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାମଣା ହୋଇଛି । କଂଗ୍ରେସ ଏକାକି ପ୍ରାର୍ଥି ଦେଇଥିଲେ ସେମାନେ ରାଜ୍ୟସଭା ପଠାଇ ପାରି ନଥାନ୍ତେ। ଆମର ଭୋଟ ବଞ୍ଚୁଥିବାରୁ ପ୍ରାର୍ଥି ଦେବାକୁ ଉଭୟ ଦଳ ନିଷ୍ପତ୍ତି ନେଲେ ବେଲି କହିଛନ୍ତିି ସଂତୃପ୍ତ ମିଶ୍ର। ତେଣୁ ନବୀନ ପଟ୍ଟନାୟକ ପ୍ରାଥୀକୁ ଚୟନ କଲେ କଂଗ୍ରେସ ସମର୍ଥନ ଦେଲା । ବିଜୁ କାର୍ଡ ଖେଳିବା କଣ ,ଆମ ଦଳ ବିଜୁ ଜନତା ଦଳ। କାର୍ଡ ଖେଳିବା ଆବଶ୍ୟକ ନାହିଁ।

ସମ୍ବନ୍ଧିତ ଖବର କ୍ୟାପିଟାଲ ହସ୍ପିଟାଲ ଚତୁର୍ପାଶ୍ୱରୁ ଜବର ଦଖଲ ଉଚ୍ଛେଦ

ସେପଟେ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ବି ନିଜ ପ୍ରତିକ୍ରିୟା ଦେଇଛନ୍ତି। ସବୁ ଦଳରେ ସୁବିଧା ଅନୁସାରେ ହୁଏ ସମୀକରଣ। ଏବେ ଆବଶ୍ୟକ ଅନୁସାରେ ହୋଇଛି ବିଜେଡି- କଂଗ୍ରେସ ସମୀକରଣ। 

ସମ୍ବନ୍ଧିତ ଖବର ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ

Tags: