ହଳଦିଆ ପଦରରେ ଟେକ୍ନିକାଲ ଟିମ

ହଳଦିଆ ପଦରରେ ଟେକ୍ନିକାଲ ଟିମ

ବ୍ରହ୍ମପୁର : ଲୋମହର୍ଷଣକାରୀ ହଳଦିଆପଦର ଓଭରବ୍ରିଜ୍ ଦୁର୍ଘଟଣା । ଘଟଣାସ୍ଥଳରେ ପହଁଚିଲେ ଟେକ୍ନିକାଲ ଟିମ । ୫ଜଣିଆ ବୈଷୟିକ ଟିମ୍‌ ଆସି ତଦନ୍ତ କରୁଛନ୍ତି ତଦନ୍ତ । ବ୍ରିଜ ର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ଦଳ। ଗତ ଜାନୁଆରୀ ୩୧ ତାରିଖରେ ଘଟିଥିବା ଟ୍ରକ ଦୁର୍ଘଟଣାରେ ୫ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା  ।ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । 

ସମ୍ବନ୍ଧିତ ଖବର ଟପ ମାଓନେତା ଦେବଜୀ ଏବଂ ରାଜିରେଡ଼ିଙ୍କ ଆତ୍ମସମର୍ପଣ

ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ବ୍ରିଜର ଆକାର, ଡିଜାଇନକୁ ନେଇ ଉଠିଥିଲା ପ୍ରଶ୍ନ । ଏହାର ଆକାର ପରିବର୍ତ୍ତନ ନେଇ ଜିଲ୍ଲା ପ୍ରଶାସନ, ମନ୍ତ୍ରୀ ପ୍ରତିକ୍ରିୟା ରଖିବା ପରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା । ଆଜି ସ୍ୱତନ୍ତ୍ର ଟିମ ଏଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ରିଜର ରୂପରେଖ କଣ ରହିବ ଅନୁଧ୍ୟାନ ପରେ ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ସ୍ୱତନ୍ତ୍ର ବୈଷୟିକ ଟିମ । ତିଆରି ହେବାଠୁ ରାସ୍ତା ଡିଜାଇନ ଭୁଲ୍: ମନ୍ତ୍ରୀ କହିଲେ- 'ସ୍ୱର ଉଠାଇଲି, କେହି ଶୁଣିଲେନି' ।

ସମ୍ବନ୍ଧିତ ଖବର ଗୃହରେ ଅଚଳାବସ୍ଥା ଜାରି,ବାଚସ୍ପତି ଡକାଇଲେ ସର୍ବଦଳୀୟ ବୈଠକ

ସୂଚନା ଥାଉକି, ବ୍ରହ୍ମପୁର ହଳଦିଆପଦର ଦୁର୍ଘଟଣାକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ କମିଟି । ସଡ଼କ ସୁରକ୍ଷା ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଗଣମାଧ୍ୟମ ରିପୋର୍ଟକୁ ଭିତ୍ତି କରି ସୁପ୍ରିମକୋର୍ଟ କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହାର ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଆସନ୍ତା ମାର୍ଚ୍ଚ ୫ ସୁଦ୍ଧା ଏହି ଦୁର୍ଘଟଣାର ରିପୋର୍ଟ ଦେବାକୁ ନିର୍ଦେଶ ରହିଛି । ସେହିପରି ସଡ଼କ ସୁରକ୍ଷା ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ବି କମିଟିକୁ ଜଣାଇବାକୁ କୁହାଯାଇଛି । ବିଶେଷ କରି ରଙ୍ଗ ସାଇଡ ଡ୍ରାଇଭିଙ୍ଗ ସହ ଓଭରସ୍ପିଡିଙ୍ଗ ନେଇ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ବିଷୟରେ ଜଣେଇବାକୁ କମିଟି କହିଛି ।

ସମ୍ବନ୍ଧିତ ଖବର ୧୨ ହଜାର ମାଟ୍ରିକ୍ ପରୀକ୍ଷା ପରୀକ୍ଷାର୍ଥୀ ଅନୁପସ୍ଥିତ

 

Tags: