ଗୁରୁ ଦିବସରେ ରାଜରାସ୍ତାରେ ଶିକ୍ଷକ
ଭୁବନେଶ୍ୱର : ୪ ଦଫା ଦାବି ନେଇ ରାଜ ରାସ୍ତାରେ ଗୁରୁ ଗର୍ଜ୍ଜନ । ଗୁରୁ ଦିବସ ଭଳି ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି । ଦୀର୍ଘ ୨୦ଦିନ ଧରି ଭୁବନେଶ୍ୱର ଲୋୟର ପିଏମଜି ରେ ହଜାର ହଜାର ଶିକ୍ଷକ ଧାରଣା ଦେଇଛନ୍ତି । ସରକାରଙ୍କ ପକ୍ଷପାତିତା କୁ ନେଇ ନିରବ ପ୍ରତିବାଦରେ ଗୁରଦିବସ ଅବସରରେ ଗାନ୍ଧୀ ମାର୍ଗରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ମହାସମାବେଶ ।
ବିଶେଷକରି ନୂଆ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରି ସର୍ଭିସ୍ ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ, ଅନୁଦାନ ବ୍ୟବସ୍ଥାର ସମାଧାନ ଏବଂ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଭଳି ଦାବି ରହିଛି । ସେହିପରି, ଦୀର୍ଘ ୨୫ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରୁଥିବା ଅନୁଦାନଯୋଗ୍ୟ ଶିକ୍ଷାନୁଷ୍ଠାନର ଅନେକ ଶିକ୍ଷକ ଓ କର୍ମଚାରୀ ଆର୍ଥିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଅବସର ନେଉଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ ନିଯୁକ୍ତି ନହେବାରୁ ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ ଦେଖାଦେଇଥିବା ମଧ୍ୟ ସମିତି ପକ୍ଷରୁ କୁହାଯାଇଛି ।




