ରାଜଧାନୀ ରାଜରାସ୍ତାରେ ଗୁରୁ ଗର୍ଜନ

ରାଜଧାନୀ ରାଜରାସ୍ତାରେ ଗୁରୁ ଗର୍ଜନ

ଭୁବନେଶ୍ୱର : ରାଜଧାନୀ ରାଜ ରାସ୍ତାରେ ଗର୍ଜନ କରିଛନ୍ତି ପ୍ରାଥମିକ ଶିକ୍ଷକ  ।  ୨ ଦଫା ଦାବି ନେଇ ବିଧାନସଭା ଆଗରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । ମହାତ୍ମା ଗାନ୍ଧୀ ମାର୍ଗରେ ହଜାରେ ହଜାରେ ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 

ସମ୍ବନ୍ଧିତ ଖବର ୧୯ ରୁ ମାଟ୍ରିକ ପରୀକ୍ଷା ଖାତାଦେଖା

ବିଭିନ୍ନ ଦାବିରେ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାଥମିକ ଶିକ୍ଷକ ମହାସଂଘ । ଗ୍ରେଡ୍ ପେ ୪୨୦୦ କରିବାକୁ ସେମାନଙ୍କର ମୁଖ୍ୟ ଦାବି ରହିଛି । ସେହିପରି କଣ୍ଟ୍ରାକଚ୍ୟୁଆଲ୍ ଉଚ୍ଛେଦ ମଧ୍ୟ ଦାବି ରହିଛି । ସମସ୍ତ ରାଜ୍ୟରେ ୪୨୦୦  ଗ୍ରେଡ୍ ପେ ଲାଗୁ ହୋଇଥିବାବେଳେ କେବଳ ଓଡ଼ିଶାରେ  ୨୨୦୦ ଟଙ୍କା ମିଳୁଛି ବୋଲି ଅଭିଯୋଗ କରିଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ-୯ ଅନୁଯାୟୀ ମୂଳବେତନ ବଢାଇବା ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ନୋସନାଲ୍ ଇନ୍‌କ୍ରମେଣ୍ଟ୍ ପ୍ରଦାନ କରିବା ଦାବି କରିଛନ୍ତି । ରାଜ୍ୟରେ କାର୍ଯ୍ୟରତ ୧ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି । ଯେପର୍ଯ୍ୟନ୍ତ ସରକାର ଦାବି ମାନି ନେଇ ନାହାଁନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଧମକ ଦେଇଛନ୍ତି ।  

ସମ୍ବନ୍ଧିତ ଖବର ଡେଡ଼ ଲାଇନ ପୂର୍ବରୁ ଓଡିଶା ହେବ ମାଓମୁକ୍ତ - ଡିଜିପି

 

ସମ୍ବନ୍ଧିତ ଖବର ରାଜ୍ୟରେ ୭୪ଟି ଥାନାରେ କାମ କରୁନାହିଁ ସିସିଟିଭି

Tags: