ଆଜି ଗୁରୁ ଦିବସ

ଆଜି ଗୁରୁ ଦିବସ
Samaya Live News Picture
Published On

ଆଜି ହେଉଛି ଗୁରୁଙ୍କ ପାଇଁ ଦିନଟିଏ “ଗୁରୁ ଦିବସ” । ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ । ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ । ଶିକ୍ଷକମାନଙ୍କର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ସମର୍ପିତ । ସେପ୍ଟେମ୍ବର ୫ତାରିଖ ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସଭାବରେ ପାଳନ କରାଯାଇଥାଏ ।  ଯେଉଁ ଗୁରୁ ତାଙ୍କର ଜୀବନବ୍ୟାପୀ ସାଧନାରେ ପିଲାର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରନ୍ତି ଆଜି ସେହି ଗୁରୁଙ୍କୁ ଉତ୍ସର୍ଗୀକୃତ ଏହି ଦିନ । ଗୁରୁ ଯିଏ ଶିକ୍ଷାଦାନକୁ କେବଳ କର୍ତ୍ତବ୍ୟ ନୁହେଁ ବ୍ରତଭାବେ ସାଧନା କରନ୍ତି । ଯାହାଙ୍କ ପରିଚୟ ‘ଦ୍ୱିତୀୟ ପିତାମାତା’ । 

୧୮୮୮ ମସିହା ସେପ୍‌ଟେମ୍ବର ୫ ତାରିଖରେ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଗ୍ରହଣ କରିଥିଲେ । ସେ ଉଚ୍ଚ ଶିକ୍ଷାଲାଭ କରିବା ପରେ ଶିକ୍ଷକତା କରିଥିଲେ । ଏହା ପରେ ଯେତେବେଳେ ରାଷ୍ଟ୍ରପତି ପଦ ଅଳଙ୍କୃତ କଲେ ସେତେବେଳେ ତାଙ୍କର କିଛି ପୁରାତନ ଛାତ୍ର ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ । ତେବେ ନିଜ ଜନ୍ମଦିନକୁ ବ୍ୟକ୍ତିଗତ ଉତ୍ସବ ଭାବେ ପାଳନ ନକରି ଦେଶର ସମସ୍ତ ଶିକ୍ଷକଙ୍କ ସମ୍ମାନରେ ଉତ୍ସର୍ଗ କରିବାକୁ ସେ ପରାମର୍ଶ ଦେଇଥିଲେ । ସେହିଠାରୁ ୧୯୬୨ ମସିହାରୁ ସେପ୍ଟେମ୍ବର ୫ ଜାତୀୟ ଶିକ୍ଷକ ଦିବସ ଭାବେ ପାଳିତ ହୋଇଆସୁଛି । 

 

 

Tags: