ବେଆଇନ ଭାବରେ ପଇସା ଆଦାୟ କରୁଛି ଟାଟା ପାୱାର

ବେଆଇନ ଭାବରେ ପଇସା ଆଦାୟ କରୁଛି ଟାଟା ପାୱାର
Samaya Live News Picture
Published On

ଭୁବନେଶ୍ୱର : ଟାଟା ପାୱାରର ଜୁଲମକୁ ନେଇ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ମନଇଛା ବିଦ୍ୟୁତ ବିଲ ବଢ଼ାଇ ଉପଭୋକ୍ତାଙ୍କୁ ବେଆଇନ ଭାବେ ଶୋଷଣ କରୁଛି ଟାଟା ପାୱାର I ଏନେଇ ଆଜି ପୂର୍ବତନ ଶାସନ ସଚିବ ତଥା ଜନ ଜାଗରଣର ସଭାପତି ବିଜୟ ପଟ୍ଟନାୟକ ଏକ ପ୍ରେସ ମିଟ କରି ଏପରି ଅଭିଯୋଗ କରିଛନ୍ତି  ।

ବିଜୟ କହିଛନ୍ତି ଯେ, ଓଇଆରସି ୪ବର୍ଷ ହେବ ବିଦ୍ୟୁତ ଦର ବୃଦ୍ଧି କରିନାହିଁ । କିନ୍ତୁ ବେଆଇନ ଭାବେ ଅତିରିକ୍ତ ସିକ୍ୟୁରିଟି ପାଇଁ ପଇସା ଆଦାୟ କରୁଛି । ଏହି ସିକ୍ୟୁରିଟି ଟଙ୍କା ଆଦାୟ କରିବା ନିୟମ ବିରୁଦ୍ଧ ବୋଲି ବିଜୟ କହିଛନ୍ତି । ସେହିପରି ଟାଟା ପାୱାର ସଂଗ୍ରହ କରିଥିବା ୭୦୦୦କୋଟି ଟଙ୍କା ଉପଭୋକ୍ତାଙ୍କୁ ଫେରସ୍ତ କରିବାକୁ ଦାବି କରିଛନ୍ତି । ବିଦ୍ୟୁତ ଭିତ୍ତିଭୂମି ମରାମତି ପାଇଁ ଦିଆଯାଇଥିବା ୩୦ହଜାର କୋଟି ଟଙ୍କାର ତଦନ୍ତ କରାଯିବା ସହ ୟୁନିଟ ପିଛା ବିଦ୍ୟୁତ ଦର ସର୍ବଭାରତୀୟ ସ୍ତରରୁ ଅଧିକ ରଖିବାକୁ ଦାବି କରିଛନ୍ତି ବିଜୟ ।

ଟାଟା ପାୱାର ଓ ଉପଭୋକ୍ତାଙ୍କ ମଧ୍ୟରେ ଏକ ପାଖିଆ ରାଜିନାମା ହୋଇଥିବା ବେଳେ ଉପଭୋକ୍ତାଙ୍କ ଅଧିକାର ପାଇଁ ଓଇଆରସି  ଏକ ଚାଟର ପ୍ରସ୍ତୁତ କରୁ ବୋଲି ବିଜୟ ଦାବୀ କରିଛନ୍ତି ।

ସେହିପରି ଗତକାଲି  ଭୁବନେଶ୍ଵର TPCODL ଅଫିସ୍ ଆଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ବିଜୁ ଯୁବ ଓ ଛାତ୍ର ଜନତା ଦଳର ଶତାଧିକ କର୍ମୀ TPCODL କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ବିକ୍ଷୋଭ କରିବା ସହ ସରକାରଙ୍କୁ ଚେତାବନୀ ଦିଆଯାଇ ଥିଲା । ତୁରନ୍ତ ଟାଟା କମ୍ପାନୀ ସ୍ମାର୍ଟ ମିଟର ପ୍ରତ୍ୟାହାର କରିବା ସହ ଲୋକଙ୍କ ହିତ ସାଧନ ପାଇଁ ଚିନ୍ତା କରିବା ଦରକାର ବୋଲି କୁହାଯାଇଥିଲା  ।

Tags: