ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି : ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି : ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ
Samaya Live News Picture
Published On

କେନ୍ଦୁଝର: ତାମିଲନାଡୁ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ୍ ଲିକ୍ ଘଟଣାରେ ଆଉ ୩ଜଣ ଓଡ଼ିଆଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ କାଞ୍ଜିପାଣି ଥାନା ତଳରାଇଡିହା ଗ୍ରାମର ଦୀପାଞ୍ଜଳୀ ଜୁଆଙ୍ଗ ଓ ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ପିତାନାଳୀ ସାହିର ରିତା ଜୁଆଙ୍ଗ ଏବଂ ସୁମିତ୍ରା ଜୁଆଙ୍ଗ ।  ବର୍ତ୍ତମାନ ସୁଦ୍ଧା ୧୧ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୂର୍ବରୁ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ୫ ଜଣଙ୍କ ମୃତଦେହକୁ ସେମାନଙ୍କୁ ଗାଁକୁ ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି । ସମସ୍ତ ମୃତକ କେନ୍ଦୁଝର ଜିଲ୍ଲାର ଆଦିମ ଜୁଆଙ୍ଗ ଜନଜାତିର ହୋଇଥିବାରୁ ସ୍ଥାନୀୟ ଜୁଆଙ୍ଗ ଗାଁଗୁଡ଼ିକରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 

ସୂଚନାଯୋଗ୍ୟ, ଗତ ୨୧ତାରିଖ ଦିନ ତାମିଲନାଡୁ ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲ୍ଲୀଆମ ନିକଟରେ ଥିବା ସେଣ୍ଟ ପିଟର୍ସ ପର୍ଲ ସି-ଫୁଡ ଏକ୍ସପୋର୍ଟ କମ୍ପାନୀରେ ଏମୋନିଆ ଗ୍ୟାସ ଲିକ୍ ହୋଇ ୫ଜଣଙ୍କର ମୃତ୍ୟୁ ଘଟିବା ସହିତ ୭୦ଜଣ ଗୁରୁତର ଅସୁସ୍ଥ ହୋଇ ତାମିଲନାଡୁର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 

Tags: