ତାମିଲନାଡୁ ଗ୍ୟାସ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ତାମିଲନାଡୁ ଗ୍ୟାସ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି
Samaya Live News Picture
Published On

ଭୁବନେଶ୍ୱର : ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଟ୍ରାଜେଡି । ୧୪କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀ । ମୃତ ଯୁବତୀ ହେଲେ କେନ୍ଦୁଝରର ଅଞ୍ଜନା ଜୁଆଙ୍ଗ (୨୧)। ବର୍ତ୍ତମାନ ସୁଦ୍ଧା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ ଦୁର୍ଘଟଣାରେ କେନ୍ଦୁଝରରୁ ୧୩ ଏବଂ ଅନୁଗୁଳରୁ ଜଣେ ଓଡ଼ିଆଙ୍କ ମୃତ୍ୟୁ ଘଟିସାରିଲାଣି । ଝିଅଙ୍କୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ସାଂଘାତିକ ଅଭିଯୋଗ ସାମନାକୁ ଆସିଛି । ଜୁଆଙ୍ଗ ନାବାଳିକାଙ୍କୁ କାରଖାନାରେ କାମ କରାଇବା ପାଇଁ ସେମାନଙ୍କ ଆଧାରକାର୍ଡ ସମେତ ବିଭିନ୍ନ ପରିଚୟପତ୍ରକୁ ଜାଲିଆତି କରାଯାଇଛି । ଏ ସଂପର୍କରେ ତେଲକୋଇ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ବିରୋଧରେ ଶ୍ରମ ବିଭାଗ ପକ୍ଷରୁ ତେଲକୋଇ ଥାନାରେ ଏତଲା ଦିଆଯାଇଛି ।

Tags: