ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ - ନବୀନ

ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ  - ନବୀନ
Samaya Live News Picture
Published On

ଭୁବନେଶ୍ୱର : ମଧ୍ୟପ୍ରାଚ୍ୟ ମହାଯୁଦ୍ଧରେ ଫସିଛନ୍ତି ଲକ୍ଷାଧିକ ପ୍ରବାସୀ ଓଡିଆ । ଫେରାଇ ଆଣିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯୁଦ୍ଧ ପ୍ରଭାବିତ ଦେଶରେ ଫସିଥିବା ଓଡ଼ିଆ ମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ  ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି ନବୀନ  । 

ନବୀନ କହିଛନ୍ତି ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ବହୁ ଭାରତୀୟ । ଯେଉଁଥିରେ ପ୍ରବାସୀ ଶ୍ରମିକ, ବୃତ୍ତିଗତ, ଛାତ୍ର, ପର୍ଯ୍ୟଟକ ସାମିଲ ଅଛନ୍ତି। ବିମାନ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଅନେକ ଲୋକ ଗୁରୁତର ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ବିପଦରେ ଅଛି । ସେମାନେ ଜରୁରୀ ସହାୟତା ପାଇଁ ଦେଶକୁ ଚାହିଁ ରହିଛନ୍ତି ।  ବିଧାନସଭା ବାହାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ପଟ୍ଟନାୟକ ଏହା କହିଛନ୍ତି ।

ସୂଚନାନୁସାରେ, ଫେବୃଆରୀ ୨୮ ତାରିଖରେ ଇରାନରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ପଟ୍ଟନାୟକଙ୍କ ଏହି ନିବେଦନ କରିଛନ୍ତି । 

Tags: