ଲୋୟର ପିଏମଜିରେ ସ୍ୱାସ୍ଥ୍ୟ ମିତ୍ରଙ୍କ ପ୍ରତିବାଦ
ଭୁବନେଶ୍ୱର : ୩ଦଫା ଦାବି ନେଇ ଅଲ୍ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ସଂଘ ପକ୍ଷରୁ ଆଜି ଲୋୟର ପିଏମଜିରେ ଧାରଣା । ପ୍ରଭାବିତ ହେଉଛି ରାଜ୍ୟର ସ୍ୱାସ୍ଥ୍ୟ ସେବା । ବର୍ଷାରେ ଭିଜି, କୋଳରେ ଶିଶୁ ଧରି ଲୋୟର ପିଏମଜିରେ ବସିଛନ୍ତି ମହିଳା। ଛଟେଇ ବିରୋଧରେ ପ୍ରତିବାଦ କରି ରାଜପଥକୁ ଓହ୍ଲାଇଛନ୍ତି ଶତାଧିକ ସ୍ୱାସ୍ଥ୍ୟମିତ୍ର ।
ସ୍ୱାସ୍ଥ୍ୟ ମିତ୍ରଙ୍କ ପ୍ରତି ହୋଇଥିବା ଛଟେଇ ପ୍ରକ୍ରିୟାକୁ ତୁରନ୍ତ ବାତିଲ କରାଯାଉ। ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଚାକିରିର ସୁରକ୍ଷା ପ୍ରଦାନ କରାଯାଉ। ‘ଆଉଟସୋର୍ସିଂ’ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ ଏବଂ କର୍ମଚାରୀମାନଙ୍କୁ ସିଧାସଳଖ ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ୱାସନ ସମିତି ଅଧୀନକୁ ନିଆଯିବାକୁ ଦାବି କରିଛନ୍ତି ସ୍ବାସ୍ଥ୍ୟମିତ୍ର ।
Tags:




