ନଜରରେ ନିଲମ୍ବିତ ବିଧାୟକ ଭୋଟ

ନଜରରେ ନିଲମ୍ବିତ ବିଧାୟକ ଭୋଟ

ଭୁବନେଶ୍ୱର : ଚାଲିଛ ରାଜ୍ୟସଭା ମତଦାନ । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଚାଲିଛି ଭୋଟିଂ । ମତଦାନ ପ୍ରକ୍ରିୟା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ । ମତଦାନ ସରିବା ପରେ ଅପରାହ୍ନ ୫ ଟାରେ ଗଣତି ହେବ । ଜଣଙ୍କ ପରେ ଜଣେ ଭୋଟ ଦେବାରେ ବ୍ୟସ୍ତ । ତେବେ ପ୍ରଥମେ ଭୋଟ ଦେଇଛନ୍ତି ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପରେ ପରେ ଅନ୍ୟ ବିଧାୟକ ଭୋଟ ଦେବା ପାଇଁ ପହଂଚୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଭୋଟ ଦେଇଛନ୍ତି  । ଭୋଟ୍ ଦେବା ପରେ କହିଛନ୍ତି ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । 
ସନା ମହାକୁଡ଼ କହିଛନ୍ତି କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି । ମୁଁ ଯାହାକୁ ଭୋଟ ଦେଇଛି, ଗଣତି ପରେ ଜାଣିବେ । ବିଜେଡିର ହୁଇପ ମୋ ଉପରେ କାହିଁକି ଲାଗିବ ? ନିଲମ୍ବନ ପରେ ହୁଇପ କାମ କରେନି । ଏହା କେଉଁ ଆଇନରେ ଅଛି ? ଯିଏ ରାଜ୍ୟ ସ୍ୱାର୍ଥ ପାଇଁ କାମ କରିବ, ତାକୁ ଭୋଟ ଦେଇଛି । ରାଜ୍ୟସଭା ନିର୍ବାଚନରେ ନିଲମ୍ବନ କରିଥିବା ଦୁଇ ବିଧାୟକଙ୍କୁ ଦଳୀୟ ନିଷ୍ପତ୍ତି ଅନୁସାରେ ଭୋଟ୍ ଦେବାକୁ ତାଗିଦ୍ କରୁଛି ବିଜେଡି । ସନା ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ଦଳରୁ ସସ୍ପେଣ୍ଡ କରିବା ପରେ ବିଧାନସଭାରେ ଆସନ ବଦଳାଇଲା । ଉଭୟ ବିଧାୟକଙ୍କୁ ନିକଟରେ ଦଳୀୟ ଶୃଙ୍ଖଳା ଅବମାନନା ଅଭିଯୋଗରେ ବନୀନ ପଟ୍ଟନାୟକ ନିଲମ୍ବିତ କରିଥିଲେ । କିନ୍ତୁ ଏବେ ଦଳର ଘଡିସନ୍ଧି ମୁହୂର୍ତ୍ତ ଦେଖି ସହାୟତା ଲୋଡିଛି ବିଜେଡି । ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳ ସୁପ୍ରିମୋ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଗୋଟିଏ ବି ଭୋଟ ଯେମିତି ନାକଚ ନ ହୁଏ ସେଥିପାଇଁ ଗୁରୁତ୍ବ ଦେଉଛି ଦଳ । ତେବେ ନିଲମ୍ବିତ ବିଧାୟକ ମାନଙ୍କ ଭୋଟକୁ ନେଇ ଉତ୍କଣ୍ଠା ଲାଗି ରହିଛି। ସନ୍ଧ୍ୟା ୫ଟା ପରେ ଏହା ସ୍ପଷ୍ଟ ହେବ ।

ସମ୍ବନ୍ଧିତ ଖବର ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୬’ ଉଦଘାଟିତ

 

ସମ୍ବନ୍ଧିତ ଖବର ୪ ଜିଲ୍ଲାରେ ଖୋଲିବ ଚାଉଳ ATM

Tags: