ସୁଶୀଲ ମେହେର ହେଲେ ନୂଆ କଂସ

ସୁଶୀଲ ମେହେର ହେଲେ ନୂଆ କଂସ

ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାପାଇଁ ଶେଷ ହେଲା କଂସ ଚୟନ ପ୍ରକ୍ରିୟା ।  ୩୬ ଜଣା ଆଶାୟୀ ଙ୍କୁ  ପଛରେ ପକାଇ ସୁଶୀଲ ମେହେର ନୂଆ କଂସ ଅବତାର ପରିବେଷଣ ପାଇଁ ଚୟନ ହୋଇଛନ୍ତି I ଚଳିତ ବର୍ଷ ୭୮ତମ ଧନୁଯାତ୍ରାରେ ପ୍ରଥମ ଥର ପାଇଁ କଂସ ଭୂମିଲର ଅବତୀର୍ଣ୍ଣ ହେବେ ସୁଶୀଲ ମେହେର । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ତା ଗ୍ରାମର ସୁଶୀଲ ମେହେର ୩ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଳାକାର ସମନ୍ବୟ କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର । ୪୪ ଜଣ କଳାକାର କଂସ ଭୂମିକା ପାଇଁ ଆବେଦନ କରିଥିବା ବେଳେ ୩୬ ଜଣ କଳାକାର ଅଡିସନ ରେ ଭାଗ ନେଇଥିଲେ । 

Read More ମାଣବସା ଗୁରୁବାର

Tags: