ଆଜି ପୁରୀରେ ହେବ ସୂର୍ଯ୍ୟକିରଣ ଏୟାର ଶୋ

ପୁରୀ : ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ରେ ଅନୁଷ୍ଠିତ ହେବାକୁଥିବା ସୂର୍ଯ୍ୟକିରଣ ଏୟାର ଶୋ ରେ ତାରିଖ ପରିବର୍ତନ କରାଯାଇଛି I ପୂର୍ବରୁ ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଥିବା ଏହି ସୋ’ ସେପ୍ଟେମ୍ବର ୧୭ ଓ ୧୮ ତାରିଖ, ଦୁଇଦିନ ଧରି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟା ୨୦ରୁ ସୋ’ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି । ଆଜି […]

Samaya Live Picture
Published On

ପୁରୀ : ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ରେ ଅନୁଷ୍ଠିତ ହେବାକୁଥିବା ସୂର୍ଯ୍ୟକିରଣ ଏୟାର ଶୋ ରେ ତାରିଖ ପରିବର୍ତନ କରାଯାଇଛି I ପୂର୍ବରୁ ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଥିବା ଏହି ସୋ’ ସେପ୍ଟେମ୍ବର ୧୭ ଓ ୧୮ ତାରିଖ, ଦୁଇଦିନ ଧରି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟା ୨୦ରୁ ସୋ’ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି ।

ଆଜି ପୁରୀ ପେଣ୍ଠକଟା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ ୬ଟାରୁ ଏହି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଛନ୍ତି। ପେଣ୍ଠକଟା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ବେଳାଭୂମିକୁ ୧୪ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ଏହି ସଫେଇ କାର୍ଯ୍ୟ ଦ୍ବାରା ବେଳାଭୂମିର ଶୋଭା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଆସନ୍ତାକାଲି ଆନ୍ତର୍ଜାତିକ ବେଳାଭୂମି ସୁରକ୍ଷା ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ କରାଯିବ। ପରେପରେ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ରିହରସେଲ କରାଯିବ। ପୁରୀ ବାସିନ୍ଦା ୯ଟା ସୁଦ୍ଧା ବ୍ଲୁ ଫ୍ଲାଗ ବିଚ୍, ନୀଳାଦ୍ରି ବିଚ୍ ଓ ଦିଗବାରିଣି ଛକ ସ୍ଥିତ ବେଳାଭୂମିରେ ଏକତ୍ରିତ ହେବା ପାଇଁ କୁହାଯାଇଛି। ଆଜି ସଫେଇ କାର୍ଯ୍ୟ ସହ ସକାଳ ୭ଟା ସମୟରେ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ସଚେତନତା ଓ ସ୍ୱଛତା ଶପଥ ପାଠ ଅନୁଷ୍ଠିତ ହେଉଛି। ସେହିପରି ଭୁବନେଶ୍ୱର ପରେ ପୁରୀରେ ପ୍ରଥମ ଥର ପାଇଁ ବାୟୁସେନା ପକ୍ଷରୁ ଆଜି ପୂର୍ବାହ୍ନ ୧୦.୨୦ରୁ ୧୧ ଟା ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ୍ ବିଚ ଠାରେ ସୂର୍ଯ୍ୟ କିରଣ ଏୟାର ସୋ ର ଫୁଲ ଡ୍ରେସ ରିହରସାଲ ଅନୁଷ୍ଠିତ ହେବ। ଏହାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଥିବା ଦେଖିବାକୁ ମିଳିଛି। ପାଗ ଅନୁକୂଳ ହେଲେ ୧୮ ତାରିଖ ଦିନ ପୂର୍ବାହ୍ନ ୧୦.୨୦ ରୁ ୧୧ ଟା ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ଏୟାର ସୋ ଅନୁଷ୍ଠିତ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।