ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କର ହେବ ସର୍ଭେ
ଭୁବନେଶ୍ବର: ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କର ହେବ ସର୍ଭେ। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡ଼ି କର୍ମୀ । ଏଥିପାଇଁ ସେମାନଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯି I ଜନ୍ମରୁ ୬ ବର୍ଷ ମଧ୍ୟରେ ରହିଥିବା ଭିନ୍ନକ୍ଷମ ଶିଶୁଙ୍କର ସର୍ଭେ କରାଯିବ। ଚିହ୍ନଟ ଶିଶୁଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦, ଆର୍ପିଡବ୍ଲୁଡି ଆକ୍ଟ ୨୦୧୬ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ। ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସହଯୋଗ କରିବେ । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ସର୍ଭେ କରାଯିବ । ସର୍ଭେ ଠିକ ଭାବରେ ହେଉଛି କି ନାହିଁ ଏଥିପାଇଁ ଅଧିକାରୀମାନେ ଯାଞ୍ଚ କରିବେ I ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ଚିଠି କରାଯାଇଛି ।
ଏହି ସର୍ଭେ ପ୍ରକ୍ରିୟା ଆସନ୍ତା ୧ ମାସ ମଧ୍ୟରେ ଶେଷ ହେବ।


