ଆତ୍ମ ସମର୍ପଣ କର ନଚେତ ଏନକାଉଣ୍ଟର

୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଓଡିଶା ହେବ ନକ୍ସଲ ମୁକ୍ତ

ଆତ୍ମ ସମର୍ପଣ କର ନଚେତ ଏନକାଉଣ୍ଟର

ଭୁବନେଶ୍ବର : ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜିଙ୍କ କଡ଼ା ଚେତାବନୀ ।  ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର ହେବ । ଗୋଟିଏ ଗୁଳି, ଗୋଟିଏ ଶତ୍ରୁ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ଆମର ଟାର୍ଗେଟ୍ ରହିଛି । କେକେବିଏନ ରିଜନ ଉପରେ ବିଏସଏଫ ବିଶେଷ ନଜର ରଖିଛି । ଏଇଭଳି କହି ମାଓବାଦୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଏସ୍ଏଫ୍ ଆଇଜି । ଆତ୍ମସମର୍ପଣ କଲେ ସହଯୋଗ ମିଳିବ , ମୁଖ୍ୟସ୍ରୋତକୁ  ଫେରିପାରିବେ । 

ସମ୍ବନ୍ଧିତ ଖବର ସମସ୍ତ ଜିଲ୍ଲାରେ ହେବ MSME ଇ-ପାର୍କ - ମନ୍ତ୍ରୀ

ସେ ଆହୁରି କହିଛନ୍ତି, ଆନ୍ଧ୍ର ଓ ଛତିଶଗଡ଼ ପଟୁ ଆସୁଥିବା ମାଓବାଦୀଙ୍କ ଉପରେ କଡା ନଜର ରହିଛି । ଓଡ଼ିଶା ପୋଲିସର ମାଓ ଅପରେସନ ବହୁତ ଭଲ ଭାବରେ ହେଉଛି । ଓଡିଶାରେ ମାଓବାଦୀ ଏବେ ଛୋଟ ଛୋଟ ଗ୍ରୁପରେ ବିଚରଣ କରୁଛନ୍ତି । ହିଡିମାର ଏନ୍କାଉଣ୍ଟର ପରେ ଏବେ ଟପ୍ ମାଓ ନେତା ଆମର ଟାର୍ଗେଟ୍ । ଡ୍ରୋନ ଓ ସାଟେଲାଇଟ ଜରିଆରେ ଆଣ୍ଟି ନକ୍ସଲ ଅପରେସନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । କନ୍ଧମାଳ, ବୋଦ୍ଧ, କଳାହାଣ୍ଡିରେ ମାଓ ମୁକାବିଲାରେ ବିଏସଏଫ ମୁତୟନ ଅଛନ୍ତି । 

ସମ୍ବନ୍ଧିତ ଖବର ସଡକ ଦୁର୍ଘଟଣାରେ ୨୪ ଘଣ୍ଟାରେ ୧୫ ଜଣଙ୍କର ମୃତ୍ୟୁ

୨୦୧୦ରୁ ଓଡ଼ିଶାରେ ବିଏସଏଫ ଶାନ୍ତି ଓ ବିକାଶ ପାଇଁ କାମ କରୁଛି । ରାଜ୍ୟ ପୋଲିସ ଜରିଆରେ ଅପରେସନ କରିଛି । ଚଳିତ ବର୍ଷ ମିଳିତ ଅପରେସନରେ ୧୯ ଜଣ ମାଓବାଦୀ ନିହତ, ୬ ଜଣ ଆତ୍ମସମର୍ପଣ, ୮ ଜଣ ଗିରଫ ହୋଇଛନ୍ତି । ୧୦ଟି ଆଇଇଡି, ୮ଟି ବନ୍ଧୁକ, ୧୪୮ଟି ଗୁଳି ୨୬୦ ଗ୍ରାମ ବିସ୍ଫୋରକ, ୬୪ଟି ଡିଟୋନେଟର ଜବତ ହୋଇଛି ।

ସମ୍ବନ୍ଧିତ ଖବର ରାଜଧାନୀରେ ହୋଇପାରୁନାହିଁ ରନ୍ଧନ ଗ୍ୟାସ ବୁକିଂ

 

Tags: