ଦାରା ସିଂଙ୍କ ମୁକ୍ତି ବିଳମ୍ବ ନେଇ ସୁପ୍ରିମ କୋର୍ଟର ତାଗିଦ
ନୂଆଦିଲ୍ଲୀ: ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି । ପୂର୍ବ ଶୁଣାଣିରେ ଆଜି ସୁଦ୍ଧା ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଥିଲା । ତେବେ ଆଜିର ଶୁଣାଣିରେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ସରକାରୀ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏଥିରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ କରିଥିଲେ ଏପର୍ଯ୍ୟନ୍ତ ନିଷ୍ପତ୍ତି କାହିଁକି ନିଆଯାଇନାହିଁ, ଜେଲ୍ ମହାନିର୍ଦ୍ଦେଶାଳୟର ଏକ ଚିଠି କୋର୍ଟରେ ଦାଖଲ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିଚାରପତି ।
ଏହାସହ ଜେଲ୍ ମହାନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ଏକ ଚିଠି କୋର୍ଟରେ ଦାଖଲ ହେବା ନେଇ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ ଉଠାଇଥିଲେ। ଦାରା ସିଂ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କ ପୂର୍ବ ପୃଷ୍ଠଭୂମି ଓ ଆଚରଣ ସମ୍ପର୍କିତ ତଥ୍ୟ ସେଠାକାର କର୍ତ୍ତୃପକ୍ଷଙ୍କଠାରୁ ମଗାଯାଇଥିବା ସରକାରୀ ପକ୍ଷରୁ କୁହାଯାଇଥିଲା।
ଏହି ସମୟସୀମା ମଧ୍ୟରେ ବୋର୍ଡ ନିଷ୍ପତ୍ତି ନନେଲେ, ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ କୋର୍ଟ ନିଜେ ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠ ମୌଖିକ ଭାବେ ସ୍ପଷ୍ଟ କରିଛନ୍ତି। ଦାରା ସିଂ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବାରୁ ସେଠାରୁ ତାଙ୍କ ପୂର୍ବ ପୃଷ୍ଠଭୂମି ଓ ଆଚରଣ ସମ୍ପର୍କିତ ତଥ୍ୟ ମଗାଯାଇଥିବା କୁହାଯାଇଛି । ଏହାପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସମୀକ୍ଷା ବୋର୍ଡକୁ ନିଷ୍ପତ୍ତି ନେବାକୁ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ନିଷ୍ପତ୍ତି ନହେଲେ କୋର୍ଟ ନିଜେ ଦାରା ସିଂଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବେ ବୋଲି ମୌଖିକ ଭାବେ ସ୍ପଷ୍ଟ କରିଛନ୍ତି । ଏବେ ଆଗାମୀ ଶୁଣାଣି ଉପରେ ସମସ୍ତଙ୍କ ନଜର ।
ସୂଚନାନୁସାରେ, ୧୯୯୯ ମସିହାରେ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଦାରା ସିଂ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଏବେ ସେପ୍ଟେମ୍ବର ୨ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି।




