ଷ୍ଟାର ବିବାଦ, ଓଡିଶା ସରକାର ଓ ବର୍ଷାଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ

ଷ୍ଟାର ବିବାଦ, ଓଡିଶା ସରକାର ଓ ବର୍ଷାଙ୍କୁ  ସୁପ୍ରିମ କୋର୍ଟଙ୍କ ନୋଟିସ
Samaya Live News Picture
Published On

କଟକ: ସୁପ୍ରିମକୋର୍ଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ମାମଲା। ଓଡିଶା ସରକାର ଏବଂ ଅନୁଭବଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଛାଡପତ୍ର ସତ୍ବେ  ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ଅନୁଭବ ମହାନ୍ତି । ସୁପ୍ରିମକୋର୍ଟରେ ଅନୁଭବ ମହାନ୍ତି ଦାୟର କରିଥିବା ମାମଲାରେ ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି ହୋଇଛି । ଆଜି ମାନ୍ୟବର ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିଛନ୍ତି ।

ଗତ ଫେବ୍ରୁଆରୀ ୨୭ ତାରିଖରେ ସୁପ୍ରିମକୋର୍ଟରେ ଅନୁଭବଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଅପରାଧିକ ମାମଲାର କ୍ୱାସିଂ ଆପ୍ଲିକେସନ ବା ଚାର୍ଜଫ୍ରେମ୍ ଇତ୍ୟାଦି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଅନୁଭବ । ଓଡ଼ିଶା ହାଇକୋର୍ଟଙ୍କ କିଛି ନିର୍ଦ୍ଦେଶ ବିରୋଧରେ ଆଗତ ଏହି ସ୍ପେଶାଲ ଲିଭ୍ ପିଟିସନ ବା ଏସଏଲପି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।

କୋର୍ଟଙ୍କ ରେକର୍ଡ ଅନୁଯାୟୀ ମାମଲାଟି ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ସ୍ଥିତିରେ ରହିଛି । ଆବେଦନକାରୀ ଅନୁଭବ ମହାନ୍ତିଙ୍କ ପକ୍ଷରୁ ପ୍ରତିଷ୍ଠିତ ଆଡଭୋକେଟ ଆଶିଷ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି । ଏବେ ଏହି କ୍ରିମିନାଲ ମିସଲେନିୟସ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

 

 

Tags: