ଡିଜିପି ଚୟନକୁ ନେଇ ଆଜି ସୁପ୍ରିମ ଶୁଣାଣି

ଡିଜିପି ଚୟନକୁ ନେଇ ଆଜି ସୁପ୍ରିମ ଶୁଣାଣି
Samaya Live News Picture
Published On

ଭୁବନେଶ୍ୱର : କିଏ ହେବ ରାଜ୍ୟର ପରବର୍ତ୍ତୀ ଡିଜିପି । ପୋଲିସ ଡିଜି ଚୟନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏନେଇ ସର୍ଵପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ବରିଶ ଆଇନଜୀବୀ ପି. ଚିଦମ୍ବରମ । ରାଜ୍ୟ ସରକାର ଡିଜିପି ଚୟନରେ ନିୟମ ଉଲ୍ଲଂଘନ କରୁଥିବେ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ୟୁପିଏସସି ଚୟନ କମିଟିର ବୈଠକ ବସିବାକୁ ଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହାର ଜରୁରି ଶୁଣାଣି ହୋଇପାରେ ।

ସେପଟେ, ଗତ ସୋମବାର ରାଜ୍ୟରେ ଦୁଇ ବରିଷ୍ଠ ଆଇପିଏସଙ୍କ ପଦୋନ୍ନତି କରିଥିଲେ । ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେବା ବିବାଦ ଆରମ୍ଭ ହୋଇଥିଲା । ପୂର୍ବରୁ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍ ପି କୋଚେଙ୍କ ନାମ ଆଗରେ ଥିଲା । ତେବେ ସୁଶାନ୍ତ ନାଥଙ୍କ ନାମ ବାଦ୍ ପକାଇ ସରକାର ସଞ୍ଜୀବ ପଣ୍ଡାଙ୍କ ନାମ ଆଗକୁ ଆଣିଥିଲେ । ଏହି ପ୍ରସଙ୍ଗକୁ ନେଇ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । 

ପି. ଚିଦାମ୍ବରମ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଓଡ଼ିଶା ସରକାର ଡିଜିପି ଚୟନ ପାଇଁ ଏକ ନୂଆ ପ୍ୟାନେଲ୍ ପ୍ରସ୍ତୁତ କରିଛନ୍ତି । ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କୁ ଡିଜିପି ପଦ ପାଇଁ ମନୋନୀତ କରିବାକୁ ଚେଷ୍ଟା କରୁଛନ୍ତି । ଏହା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ । ୨୦୦୬ ପ୍ରକାଶ ସିଂ ମାମଲାର ନିର୍ଦ୍ଦେଶକୁ ଦଳି ଦିଆଯାଇଛି । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କହିଛନ୍ତି, କେବଳ ୟୁପିଏସ୍‌ସି ଦ୍ୱାରା ସୁପାରିସ ୩ ଜଣ ବରିଷ୍ଠ ଡିଜି ପାହ୍ୟା ଅଫିସରଙ୍କ ମଧ୍ୟରୁ ହିଁ ସରକାର ଡିଜିପି ଚୟନ କରିପାରିବେ । 

ସେପଟେ ଗୁରୁବାର ବୈଠକ ପରେ ୟୁପିଏସସି ପକ୍ଷରୁ ୩ ଜଣିଆ ପ୍ରସ୍ତାବିତ ଡିଜିପି ତାଲିକା ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ । ସେହି ତିନି ଜଣିଆ ତାଲିକା ଭିତରୁ ଜଣଙ୍କୁ ନୂଆ ପୋଲିସ ଡିଜି ଭାବେ ନିଯୁକ୍ତି ଦେବେ ରାଜ୍ୟ ସରକାର ।

Tags: