ଆସନ୍ତାକାଲି ଦେଖାଯିବ ସୁପର 'ମୁନ'
୨୦୨୬ ରେ ସମୁଦାୟ ୩ ଟି ସୁପର ମୁନ ଦେଖାଦେବ
ଭୁବନେଶ୍ୱର : ଆସନ୍ତା କାଲି ଘଟିତ ହେବ ଏକ ବିରଳ ମହାଜାଗତିକ ଦୃଶ୍ୟ I ଜାନୁଆରୀ ୩ ପୌଷ ପୂର୍ଣ୍ଣମୀରେ ଦେଖାଯିବ ପ୍ରଥମ 'ସୁପର ମୁନ' I ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପୃଥିବୀ ଠାରୁ ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ପ୍ରତିଶତ ବଡ ସହ ୩୦ପ୍ରତିଶତ ଉଜ୍ୱଳ ଦେଖାଯିବ । ୨୦୨୬ ରେ ସମୁଦାୟ ୩ ଟି ସୁପର ମୁନ ଦେଖାଦେବ । ପ୍ରଥମଟି ଜାନୁଆରୀ ୩ରେ,ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ତଥା ୩ୟ ସୁପରମୁନ୍ ଡିସେମ୍ବର ୨୩ରେ ଦେଖାଯିବ ।
ସେହିଭଳି ୨୦୨୬ ମସିହାରେ ପୃଥିବୀଠାରୁ ଦୂରରେ ଥିବାବେଳେ ୩ଟି ପୂର୍ଣ୍ଣମୀ ପଡୁଥିବାରୁ ମେ ୧ ଓ ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ୍ ବା ଛୋଟ ମୁନ୍ ଦେଖାଯିବ । ଏଗୁଡିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଆକାଶ ମେଘ ତଥା କୁହୁଡି ମୁକ୍ତ ରହିଲେ କାଲି ସୁପରମୁନକୁ ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ । ସୁପରମୁନ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେ ନାହିଁ ।



