ଆଇପିଏସ୍‌ ସୁନୀଲ ବଂଶଲ ହେଲେ ନୂଆ ଡିଜିପି

ଭୁବନେଶ୍ୱର : ଡିସେମ୍ବର ୧୫: ନୂଆ ବର୍ଷରୁ ନୂଆ ଡିଜିପି ଦାୟିତ୍ୱରେ ରହିବେ ଆଇପିଏସ୍‌ ସୁନୀଲ ବଂଶଲ । ତାଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ସେ ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ୍‌ ଅଫିସର । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଭାବେ କାମ କରୁଛନ୍ତି । ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସ ଶେଷ ସୁଦ୍ଧା ଅଭୟ ଡିଜିପି ଦାୟିତ୍ୱରେ ରହିବେ […]

Samaya Live Picture
Published On

ଭୁବନେଶ୍ୱର : ଡିସେମ୍ବର ୧୫: ନୂଆ ବର୍ଷରୁ ନୂଆ ଡିଜିପି ଦାୟିତ୍ୱରେ ରହିବେ ଆଇପିଏସ୍‌ ସୁନୀଲ ବଂଶଲ । ତାଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି । ସେ ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ୍‌ ଅଫିସର । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଭାବେ କାମ କରୁଛନ୍ତି ।

ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସ ଶେଷ ସୁଦ୍ଧା ଅଭୟ ଡିଜିପି ଦାୟିତ୍ୱରେ ରହିବେ । ଜୁନ୍‌ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା, ହେଲେ ତାକୁ ୬ ମାସ ବୃଦ୍ଧି କରାଯାଇଥିଲା । ଅଭୟଙ୍କ ପରେ କିଏ ତାଙ୍କ ସ୍ଥାନରେ ରହିବେ ଚର୍ଚ୍ଚା ହେଉଥିଲା । ଏହି ନାମରେ ପ୍ରଦୀପ କପୁର, ମନୋଜ ଛାବ୍ରା, ସୁନୀଲ ବଂଶଲ ଓ ସନ୍ତୋଷ ଉପାଧ୍ୟାୟଙ୍କ ନାମ ରହିଥିଲା ।