ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣା, କ୍ୟାପିଟାଲ ହସ୍ପିଟାଲ ରେ ଏନଆଇଏ ଟିମ

ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣା, କ୍ୟାପିଟାଲ ହସ୍ପିଟାଲ ରେ ଏନଆଇଏ ଟିମ
Samaya Live News Picture
Published On

ଭୁବନେଶ୍ୱର : ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣା । କ୍ୟାପିଟାଲ ହସ୍ପିଟାଲରେ NIA ଟିମ୍ । ମଙ୍ଗଳବାର ଏନଆଇଏର ଏକ ସ୍ୱତନ୍ତ୍ର ୪ ଜଣିଆ ଟିମ୍ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ବିସ୍ଫୋରଣ ପଛରେ କୌଣସି ବଡ଼ ଧରଣର ଆତଙ୍କୀ ଷଡ଼ଯନ୍ତ୍ର ଲିଙ୍କ୍ ଥିବା ସନ୍ଦେହ କରି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ନିଜର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଏ ସଂକ୍ରାନ୍ତରେ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଭେଟି ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି NIA ଟିମ୍ । କ୍ୟାପିଟାଲ ହସ୍ପିଟାଲରେ ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ହୋଇଥିଲା ।

ସୂଚନାନୁସାରେ, ୨୦୨୬ ଜାନୁଆରୀ ୨୭ ତାରିଖରେ ଅପରାହ୍ନରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦନଗରରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏକ ଭଡ଼ାଘର ଛାତ ଉପରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ବୋମା ତିଆରି କଲାବେଳେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ଓରଫ୍ ମୁଫି ଏବଂ ମାଆ ଲିଜାତୁନ୍ ବିବି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରୁ ଗନପାଉଡର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏପ୍ରିଲ ୬ରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ କରୁଛି ।

 

Tags: