ସୁନ୍ଦରଗଡ଼ର ସଂସ୍କୃତି ଓ ପରମ୍ପରା ମହାନ - ରାଷ୍ଟ୍ରପତି

ସୁନ୍ଦରଗଡ଼ର ସଂସ୍କୃତି ଓ ପରମ୍ପରା ମହାନ - ରାଷ୍ଟ୍ରପତି
Samaya Live News Picture
Published On

ରାଉରକେଲା : ଆଜି ଦିନିକିଆ ରାଉରକେଲା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସକାଳ ୧୦ଟା ୨୦ ମିନିଟରେ ରାଉରକେଲା ବିମାନ ବନ୍ଦରେ ପହଞ୍ଚିଥିଲେ ରାଷ୍ଟ୍ରପତି। ଏହାପରେ  ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟଅଟକଳରେ ଚାରିଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି l ଏଥି ମଧ୍ୟରେ ୪୮ କୋଟିର  ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ୪୦ କୋଟିର ଆଦିବାସୀ ସଂଗ୍ରହାଳୟ, ୪୨.୪୪ କୋଟିର ନିର୍ମଳ ମୁଣ୍ଡା ପ୍ରବେଶ ପଥ ଓ ୨୭ କୋଟିର ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌ ରହିଛି ।

ଏହାପରେ ୧୧ଟା ୫୫ମିନିଟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବିଭିନ୍ନ ସାମଗ୍ରୀ ଓ ଖାଦ୍ୟ ପ୍ରଦର୍ଶିତ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ l ମହିଳା ଏସଏଚଜି ଗ୍ରୁପ ମହିଳାମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ l ଅପରାହ୍ନ ୧୨ଟା ୨୫ମିନିଟରେ ମୁଖ୍ୟ ସଭା ମଞ୍ଚରେ ପହଞ୍ଚିଥିଲେ l ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ । ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ନୁହେଁ ସଂଗ୍ରାମ ପାଇଁ ପରିଚିତ । ସୁନ୍ଦରଗଡ଼ର କଳା ସଂସ୍କୃତି ଓଡିଶାକୁ ପରିପୂର୍ଣ୍ଣ କରିଛି ।  ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁ ରେ ଖୁସି କରିଛି ଲ ହକିରେ ସୁନ୍ଦରଗଡ଼ ସାରା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।  ଲାଜରୁସ ବାର୍ଲ୍ଲା ଓ ଦିଲ୍ଲୀପ ତିର୍କୀଙ୍କ ଭଳି ଖେଳାଳି ଦେଶକୁ ଗୌରବାନ୍ୱିତ କରିଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ଅନେକ ବିକାଶମୂଳକ ଯୋଜନା କରୁଛନ୍ତି । ଅଧିକରୁ ଅଧିକ ଏକଲବ୍ୟ ସ୍କୁଲ ମନ ପ୍ରତିଷ୍ଠା କରାଯାଉଛି । ସେହିପରି ମହିଳାଙ୍କ ଉପରେ ଗୁରୁତ୍ତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି ମହିଳାଙ୍କର ଉନ୍ନତି ନହେଲେ ରାଜ୍ୟର ବିକାଶ ହୋଇପାରିବ ନାହିଁ । ଓଡ଼ିଶାରେ କାର୍ଯ୍ୟକରୁଥିବା 'ସୁଭଦ୍ରା' ଯୋଜନା ମହିଳାଙ୍କୁ ଆଗକୁ ନେବ ।

 

Tags: