ଏସସିବିରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡ

କଟକ: ଅପ୍ରେଲ ୨୮: ପ୍ରବଳ ଖରା କଲବଲ କରୁଛି ଲୋକଙ୍କୁ । ଏଥିରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ତଥାପି ମଧ୍ୟ କଲବଲ କରୁଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି କଟକ ଏସସିବି ମେଡିକାଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ ଏସସିବି ପରିସରରେ ଖୋଲାଯାଇଛି ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ । ଫଳରେ ଏଠାରେ ଖରାରେ ଅଂଶୁଘାତ ଶିକାର ଲୋକଙ୍କ ଚିକିତ୍ସା କରାଯ।ଇପାରିବ […]

Samaya Live Picture
Published On

କଟକ: ଅପ୍ରେଲ ୨୮: ପ୍ରବଳ ଖରା କଲବଲ କରୁଛି ଲୋକଙ୍କୁ । ଏଥିରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ତଥାପି ମଧ୍ୟ କଲବଲ କରୁଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି କଟକ ଏସସିବି ମେଡିକାଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ ଏସସିବି ପରିସରରେ ଖୋଲାଯାଇଛି ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ । ଫଳରେ ଏଠାରେ ଖରାରେ ଅଂଶୁଘାତ ଶିକାର ଲୋକଙ୍କ ଚିକିତ୍ସା କରାଯ।ଇପାରିବ । ଏସସିବି ଟ୍ରମାକେୟାର କାଜୁଆଲିଟିରେ ୧୦ ଶଯ୍ୟା ବିଶିଷ୍ଟ ହିଟଷ୍ଟ୍ରୋକ ୱାର୍ଡ ଖୋଲାଯାଇଛି । ଏହି ୱାର୍ଡରେ ଗୁରୁତର ଅଂଶୁଘାତ ରୋଗୀଙ୍କ ଚିକିତ୍ସା କରାଯିବ । ଏହାସହ ଅଂଶୁଘାତ ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ, ଆଇସିୟୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ।ଏନେଇ ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ଅଂଶୁଘାତ ରୋଗୀଙ୍କ ପାଇଁ ଟ୍ରମା କାଜୁଆଲିଟିରେ ୧୦ ଟି ବେଡ୍ ରହିଛି । ଏହା ବ୍ୟତୀତ ମେଡିସିନ୍ ଡିପାର୍ଟମେଣ୍ଟର ନିୟୁ ମେଡିସିନ୍ର ଫୋର୍ଥ ଫ୍ଲୋର ଓ ଫିଫ‘ ଫ୍ଲୋରର ୨ଟି ସ୍ଥାନରେ ଫିମେଲ୍ ରୋଗୀଙ୍କ ପାଇଁ ୮ଟି ଓ ମେଲ୍ ରୋଗୀଙ୍କ ପାଇଁ ୮ଟି ବେଡ୍ ରଖିଛୁ ।