ଏପ୍ରିଲ ୨୭ରୁ ଖରା ଛୁଟି - ଗଣଶିକ୍ଷା ମନ୍ତ୍ରୀ

ଏପ୍ରିଲ ୨୭ରୁ ଖରା ଛୁଟି - ଗଣଶିକ୍ଷା ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର:  ଖରା ଛୁଟି ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଏପ୍ରିଲ ୨୭ ତାରିଖ ସୁଦ୍ଧା ସ୍କୁଲ ଛୁଟି ହୋଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡସୁଚନା ଦେଇଛନ୍ତି । ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି ।  

ଆଗୁଆ ସ୍କୁଲ ଛୁଟି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ଛୁଟିକୁ ଏନେଇ SRC ଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ପାଣିପାଗ ସ୍ଥିତି ଓ ତାପମାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଖରାଛୁଟି ନେଇ ସମ୍ପୂର୍ଣ୍ଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।  ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଚୂଡ଼ାନ୍ତ ବିଚାର କରିବେ ଏବଂ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

Tags: