ବିଜେଡ଼ିକୁ ଆସୁଛନ୍ତି ସୁଜାତା - ମନ୍ମଥ
୧୦ ତାରିଖ ଅପରାହ୍ନରେ ବିଜେଡି ର ବଡ଼ ବୈଠକ
ଭୁବନେଶ୍ୱର : ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବଡ଼ ବୟାନ । ଖୁବ ଶୀଘ୍ର ବିଜେଡିରେ ସୁଜାତା ଆର. କାର୍ତ୍ତିକେୟନ ଯୋଗ ଦେବେ । ସେ କହିଛନ୍ତି ବିଜେଡ଼ିକୁ ସୁଜାତା ଆସୁଥିବା କଥା ଶତ ପ୍ରତିଶତ ସତ । କିନ୍ତୁ ଆମେ ଚାହୁଁଚୁ ସେ ଯେତେ ଜଲ୍ଦି ଆସିବେ । ଅତ୍ୟନ୍ତ ଖୁସି ହେବୁ, ରେଡ କାର୍ପେଟ ରେ ସ୍ୱାଗତ କରିବୁ । ତେବେ ସେ ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁ, କେବଳ ସାଧାରଣ କର୍ମୀ ଭାବରେ ଦଳରେ ଯୋଗ ଦେଇ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବେ । ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ , ତାଙ୍କ ଜ୍ଞାନ ଏ ସରକାରକୁ ଦୋହଲାଇ ଦେବ। ବିଜେଡି ରେ ଏଣ୍ଟ୍ରି ନେଇ ସେତେବେଳେ ସୁପ୍ରିମୋ ନବୀନ ରାଜି ଥିବାବେଳେ ସୁଜାତା ରାଜି ହୋଇ ନଥିଲେ । କିଛି ନକାରାତ୍ମକ ପ୍ରଚାର ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା । ତେଣୁ ନିଷ୍ପତି ନେବାରେ ବିଳମ୍ବ ହେଲା । ସୁଜାତା ଆସିଲେ କିଛି ଅସନ୍ତୁଷ୍ଟ ହେବେ କିନ୍ତୁ ଲୋକଙ୍କ ମନୋବଳ ବଢିବ ବୋଲି କହିଛନ୍ତି ମନ୍ମଥ ରାଉତରାୟ ।
ସେପଟେ, ଗତକାଲି ଦିଲ୍ଲୀରୁ ଫେରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି । ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବିଜେଡି କାର୍ଯ୍ୟାଳୟରେ ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟାରେ ବୈଠକ ଅନୁଷ୍ଠିତ ହେବ ଦଳୀୟ ସଭାପତି ସମସ୍ତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିଚାରବିମର୍ଶ କରିବେ । SIR ସଂପର୍କୀତ କାର୍ଯ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳରେ ସାଂଗଠନିକ କମିଟି ଗଠନ ଓ ନିଆଯାଇଥିବା ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବା ନେଇ ଉଲ୍ଲେଖ କରାଯାଇଛି ।



