ଚିନି ବଢ଼ାଇଲା ଚିନ୍ତା

ଚିନି ବଢ଼ାଇଲା ଚିନ୍ତା
Samaya Live News Picture
Published On

ଭୁବନେଶ୍ୱର : ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ଅହେତୁକ ଭାବେ ବଢ଼ିଚାଲିଛି ଖାଇବା ସାମଗ୍ରୀର ଦର । ବନ୍ୟା ପରେ ଏବେ ଉପରମୁହାଁ ହୋଇଛି ଚିନି ଦର । ଇଥାନଲ୍ ଉତ୍ପାଦନ ପାଇଁ ଆଖୁର ଏକ ବଡ଼ ଅଂଶ ବ୍ୟବହାର ହେଉଥିବାରୁ ଚିନି ଯୋଗାଣ ଉପରେ ଚାପ ସୃଷ୍ଟି ହୋଇଛି । ଫଳରେ ଚିନି ଦର ରେକର୍ଡ ସ୍ତରରେ ପହଞ୍ଚିଛି । ୪୨ ଟଙ୍କାରୁ ସିଧା ୬୦ଟଙ୍କାରେ ପହଞ୍ଚିଛି ଚିନି ଦର I 

ମାସେ ଭିତରେ ଚିନି କିଲୋ ପ୍ରତି ୨୦ ଟଙ୍କା ବଢ଼ିଥିବା ବେଳେ ଚୁଡ଼ା କିଲୋ ପ୍ରତି ୫ ଟଙ୍କା ବୃଦ୍ଧି ପାଇଛି। ମାସେ ତଳେ ଚିନି କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଏବେ ଚିନି କିଲୋ ୬୦ ଟଙ୍କାରେ ବିକ୍ରି ହୋଇଛି ।  ଏହି ପରିସ୍ଥିତିରେ ଦେଶରେ ଚିନି ଆମଦାନୀ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି। ଆମଦାନୀକୁ ସହଜ କରିବା ପାଇଁ ଚିନି ଉପରେ ଲାଗୁଥିବା ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ ହଟାଇବା ନେଇ ମଧ୍ୟ ବିଚାର ଚାଲିଥିବା ଜଣାପଡ଼ିଛି। ଚିନି ଦର ବଢ଼ିବାର ଏହି ସମୟ ମଧ୍ୟ ବେଶ୍ ଚିନ୍ତାଜନକ। ଦେଶର ପାର୍ବଣ ଋତୁ ଆସୁଥିବାରୁ ମିଠା ଓ ପ୍ରୋସେସ୍‌ଡ ଖାଦ୍ୟର ଚାହିଦା ବଢ଼ିବ। ଏହା ଚିନି ଚାହିଦାକୁ ଆହୁରି ବଢ଼ାଇପାରେ।

ସେହିପରି ବନ୍ୟା ସମୟରେ ଚୁଡ଼ାର ଦାମ ମଧ୍ୟ ବୃଦ୍ଧି ପାଇଛି । ମାସେ ତଳେ ଚୁଡ଼ା ୩୮ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଏବେ ଚୁଡ଼ା କିଲୋ ୪୫ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟରେ ଗୋଟାଏ ପଟେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପାଣି ଘେରରେ ଥିବା ବେଳେ ଖାଇବା ସାମଗ୍ରୀର ଦରଦାମ ବୃଦ୍ଧି ଖାଉଟିଙ୍କ ପାଇଁ ବୋଝଉପରେ ନଳିତା ବିଦା ସଦୃଶ ହୋଇଛି ।

Tags: