ସୁଧାଂଶୁ ଶେଖର ବଡପଣ୍ଡା OERCର ନୂଆ ସଦସ୍ୟ

ସୁଧାଂଶୁ ଶେଖର ବଡପଣ୍ଡା OERCର ନୂଆ ସଦସ୍ୟ
Samaya Live News Picture
Published On

ଭୁବନେଶ୍ୱର : OERCର ନୂଆ ସଦସ୍ୟ ହେଲେ ସୁଧାଂଶୁ ଶେଖର ବଡପଣ୍ଡା । OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି । ଏ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ସୁଧାଂଶୁ ବଡପଣ୍ଡା । ବିଦ୍ୟୁତ ଆଇନ, ୨୦୦୩ର ଧାରା ୮୨ର ଉପଧାରା (୫) ଅନୁଯାୟୀ ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀ ବଡପଣ୍ଡା ଯେଉଁ ଦିନ ନିଜ ପଦବୀର ଦାୟିତ୍ୱ ଗ୍ରହଣ କରିବେ, ସେହି ଦିନଠାରୁ ତାଙ୍କର ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। 

OERCର ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେବା ପରେ ୩୦ ବର୍ଷର ଏହି ପୁରୁଣା ଆୟୋଗ ସଙ୍କଟ ମଧ୍ୟ ଦେଇ ଗତି କରୁଥିଲା । ଏହି ଜରୁରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ OERCର ନୂଆ ସଦସ୍ୟଭାବରେ ନିଯୁକ୍ତି ଦେଇଛନ୍ତି । 
 

 

Tags: