ଏଇ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ଏଇ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ଖୁସି ଖବର । ଚଳିତ ସପ୍ତାହରେ ନୂଆ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି ଟଙ୍କା। ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି । ସେମାନେ ଏକା ବେଳକେ ପାଇବେ ଦୁଇଟି କିସ୍ତି । ସମୁଦାୟ ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ନୂତନ ଆବେଦନ ପ୍ରକ୍ରିୟା। 

ସମ୍ବନ୍ଧିତ ଖବର ଆସ ବୁଲିଯିବା

ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ୨୫୦ କୋଟି ଟଙ୍କାର ସହାୟତା ରାଶି ହିତାଧିକାରୀଙ୍କ ଖାତାକୁ ଯିବ।

ସମ୍ବନ୍ଧିତ ଖବର ମାଲବାହୀ ଟ୍ରେନ ଲାଇନଚ୍ୟୁତ

Tags: