୧୮ ରେ ମିଳିବ ସୁଭଦ୍ରା ଟଙ୍କା

ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣ ପାଇବେ ସୁଭଦ୍ରା ସହାୟତା ରାଶି

୧୮ ରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ୧୮ ତାରିଖ ସୁଦ୍ଧା ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା । ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ନୂଆ ହିତାଧିକାରୀମାନେ ପାଇବେ ପ୍ରଥମ କିସ୍ତି । ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି | 

ସମ୍ବନ୍ଧିତ ଖବର ଅନଲାଇନରେ ହୋଇପାରେ +୨ ଖାତା ଦେଖା

ସେମାନେ ବି ଏକା ଥରକେ ପାଇବେ ଦୁଇଟି କିସ୍ତି | ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି | ହିତାଧିକାରୀଙ୍କ ଖାତାକୁ ଯିବ ମୋଟ ୨୫୦ କୋଟିର ସହାୟତା ରାଶି । 

ସମ୍ବନ୍ଧିତ ଖବର ଦିଗପହଣ୍ଡି ୨ ବାଇକ ଆରୋହୀଙ୍କ ମୃତ୍ୟୁ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Tags: