୨୮ ତାରିଖରେ ମିଳିବ ସୁଭଦ୍ରା ସହାୟତା ରାଶି
ଭୁବନେଶ୍ବର : ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ସହାୟତା ରାଶି । ଆସନ୍ତା ୨୮ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା । ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଯେଉଁ ମାନଙ୍କର ପୂର୍ବରୁ ଏକାଧିକ ଇନଷ୍ଟଲମେଣ୍ଟ ବାକି ଅଛି ଫିଲ୍ଡ ଯାଞ୍ଚ ପରେ ସବୁ କିସ୍ତି ଏକକାଳୀନ ମିଳିବ । ପଞ୍ଚମ କିସ୍ତିର ମାସକ ପରେ ବଞ୍ଚିତ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
Tags:




