ଅଗଷ୍ଟ ୨୮ରେ ମିଳିବ ସୁଭଦ୍ରା ସହାୟତା ରାଶି

ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାଥରକେ ମିଳିବ ପାଞ୍ଚଟି କିସ୍ତି

ଅଗଷ୍ଟ ୨୮ରେ ମିଳିବ ସୁଭଦ୍ରା ସହାୟତା ରାଶି
Samaya Live News Picture
Published On

ଭୁବନେଶ୍ବର : ସୁଭଦ୍ରା ସହାୟତା ରାଶିକୁ ନେଇ ବଡ଼ ଅପଡେଟ । ଆସନ୍ତା ଅଗଷ୍ଟ ୨୮ତାରିଖ ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରା ଯୋଜନା ଟଙ୍କା । ନୟାଗଡ଼ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା ଟଙ୍କା ପଠାଇବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଏକ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାଥରକେ ମିଳିବ ପାଞ୍ଚଟି କିସ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଚଳିତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନା ପାଇଁ ୩.୧୭ ଲକ୍ଷରୁ ଅଧିକ ନୂଆ ଆବେଦନ ମିଳିଛି। ଏଥିରୁ ଅନେକ ଆବେଦନର କ୍ଷେତ୍ରସ୍ତରୀୟ ଯାଞ୍ଚ ମଧ୍ୟ ଶେଷ ହୋଇଛି । ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ୫,୦୦୦ ଟଙ୍କା ପଠାଯିବ। ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦୁଇଟି କିସ୍ତିରେ ଦିଆଯାଉଛି। ପାଞ୍ଚ ବର୍ଷରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

 

Tags: