ଭିଜିଲାନ୍ସ ଜାଲରେ ସବ ରେଜିଷ୍ଟ୍ରାର୍

ଭିଜିଲାନ୍ସ ଜାଲରେ ସବ ରେଜିଷ୍ଟ୍ରାର୍
Samaya Live News Picture
Published On

ବାଲିଆପାଳ: ଭିଜିଲାନ୍ସ ଜାଲରେ ସବ ରେଜିଷ୍ଟ୍ରାର୍ । ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଡ଼ିଛନ୍ତି ବାଲେଶ୍ୱର ଜିଲା ବାଲିଆପାଳ ସବ୍‌ରେଜିଷ୍ଟ୍ରାର୍‌ ମନୀଷା ମିଶ୍ର। ଜମି ରେଜେଷ୍ଟ୍ରି କରିବା ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ବାରିପଦା ଭିଜିଲାନ୍ସ ବିଭାଗର ୧୧ଜଣିଆ ଟିମ ଚଢ଼ଉ କରି ଟଙ୍କା ଜବଦ କରିବା ସହ ମନୀଷା ମିଶ୍ର ଙ୍କୁ ଅଟକ ରଖିଛି । ବର୍ତ୍ତମାନ ସେ ନିଜ ଚାକିରିର ପ୍ରୋବେଶନ ପିରିୟଡ୍‌ ସମୟରେ ଥିଲେ ବୋଲି ସୂଚନା ମିଳିଛି 

ସୂଚନାନୁସାରେ,  ମନୀଷା ମିଶ୍ର ୮ ମାସ ହେବ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ ରେଜିଷ୍ଟ୍ରାର ଅଫିସରେ କାର୍ଯ୍ଯରତ ଥିଲେ । ତେବେ ଚାକିରୀ ଆରମ୍ଭରୁ ସେ ଲାଞ୍ଚଖୋର ଥିଲେ ବୋଲି ଅଭିଯୋଗ ହେଇ ଆସୁଥିଲା । ଆଜି ସେ ବାଲିଆପାଳ ଅଂଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କର ଜମିର ରେଜେଷ୍ଟ୍ରି କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ୭ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ଏନେଇ ଜ୍ଞାନ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ । ଆଜି ମଧ୍ଯାହ୍ନ ୧୨ଟା ବେଳେ ଜ୍ଞାନ ୭ହଜାର ଟଙ୍କା ନେଇ ସବ ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ପାଖକୁ ଆସିଥିଲେ । ଟଙ୍କା ଦେବା ବେଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୧୧ ଜଣିଆ ମନିଷାଙ୍କୁ ଧରିଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଦୁର୍ନୀତି ଅଭିଯୋଗରେ ମନୀଷାଙ୍କ ବାଲିଆପାଳସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଅନ୍ୟ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ଚଢ଼ାଉ ଚାଲିଛି । 

ସୂଚନାଯୋଗ୍ୟ, ମନୀଷା ୨୦୨୪ରେ ଓଡ଼ିଶା ରାଜସ୍ବ ସେବା (ORS) ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ବାଲିଆପାଳ ସବ-ରେଜିଷ୍ଟ୍ରାର୍‌ ଭାବେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା ଏବଂ ସେ ପ୍ରୋବେଶନରେ ଥିଲେ। 

Tags: