୩ ୟରୁ ୮ ମ ଯାଏଁ ୪ଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ପିଲାଙ୍କ ପାଇଁ ବ୍ୟବସ୍ଥା

୩ ୟରୁ ୮ ମ ଯାଏଁ ୪ଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ସିବିଏସଇ ଢାଞ୍ଚାରେ ଓଡ଼ିଆ ମାଧ୍ୟମ ସ୍କୁଲ ରେ ହେବ ପରୀକ୍ଷା । ଚଳିତ ଶିକ୍ଷା ବର୍ଷରୁ ୪ଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୩ ୟରୁ ୮ମ ଯାଏଁ  ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଗୁ ହୋଇଛି ଏହି ପରୀକ୍ଷା ବ୍ୟବସ୍ଥା । ପ୍ରଥମ ପରୀକ୍ଷା ଏପ୍ରିଲ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ଫର୍ମେଟିଭ୍ ଆସେସମେଣ୍ଟ ତଥା ମୂଲ୍ୟାୟନ ଓ ଆସେସମେଣ୍ଟ, ସମାପ୍ତିସୂଚକ ମୂଲ୍ୟାୟନ ଦେବାକୁ ପଡିବ।

Tags: