ୟୁନିଫର୍ମ ଫେରାଇବା ସହ ମଧ୍ୟାହ୍ନ ଭୋଜନକୁ ବର୍ଜନ କଲେ ଛାତ୍ରଛାତ୍ରୀ

ୟୁନିଫର୍ମ ଫେରାଇବା ସହ ମଧ୍ୟାହ୍ନ ଭୋଜନକୁ ବର୍ଜନ କଲେ ଛାତ୍ରଛାତ୍ରୀ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ ଜି ୟୁ ପି ବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ । ସ୍କୁଲ ପୋଷାକ ଫେରାଇବା ସହ ମଧ୍ୟାହ୍ନ ଭୋଜନ ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ କରିଛନ୍ତି ଏଭଳି ନିଆରା ପ୍ରତିବାଦ । ଉପାସ ରହି ଶ୍ରେଣୀ ଗୃହ ବାହାରେ କରୁଛନ୍ତି ପ୍ରତିବାଦ ।

ସମ୍ବନ୍ଧିତ ଖବର ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଶିକ୍ଷକ ଅଭାବ ହେତୁ, ବାରମ୍ବାର ସରକାରଙ୍କ ଦୃଷ୍ଟିଗୋଚର କରିବା ସତ୍ୱେ କିଛି ପଦକ୍ଷେପ ନ ନେବାରୁ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସ୍କୁଲ ପୋଷାକ ଫେରାଇଦେବା ସହ ମଧ୍ୟାହ୍ନ ଭୋଜନ ନଖାଇ ଉପାସ ରହି ପ୍ରତିବାଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର ମଝି ସମୁଦ୍ରରୁ ୪ ଦିନ ହେଲା ଓଡ଼ିଆ ନେଭି କ୍ୟାଡେଟ ନିଖୋଜ

ସୂଚନାନୁସାରେ,କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର କଖାରୁଣୀ ୟୁ ଜି ୟୁ ପି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ୩୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି । ମାତ୍ର ୪ ଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଜଣେ ଗୋଟିଏ ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଅନ୍ୟ ପିଲା ଖେଳରେ ବ୍ୟସ୍ତ ରହୁଛନ୍ତି । ଯାହା ଫଳରେ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରୁନି । ଏ କଥାକୁ ଖୋଦ ପ୍ରଧାନ ଶିକ୍ଷକ ସ୍ୱୀକାର କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ସମ୍ବନ୍ଧିତ ଖବର ବିଦ୍ୟାର୍ଥୀମାନେ ଦେଶ ଗଠନରେ ପ୍ରମୁଖ ଭୂମିକା ନିଅନ୍ତୁ: ଡଃ ତିରୁପତି ପାଣିଗ୍ରାହୀ

Tags: