ବାରିପଦା ଜୁନିଅର ଏମପିସି କଲେଜ ସ୍ଥାନାନ୍ତରକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବାରିପଦା ଜୁନିଅର ଏମପିସି କଲେଜ ସ୍ଥାନାନ୍ତରକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
Samaya Live News Picture
Published On

ବାରିପଦା : ବାରିପଦା ଐତିହ୍ୟ ରାଜବାଟିରୁ ଏମ୍ ପିସି ଜୁନିୟର କଲେଜ ସ୍ଥାନାନ୍ତର କୁ ନେଇ ଛାତ୍ର ଅଶାନ୍ତି । କଲେଜ କୁ ତଖତପୁର ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲା ଅସନ୍ତୋଷ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଛାତ୍ରଛାତ୍ରୀ । ଏହି ସ୍ଥାନାନ୍ତର ନିଷ୍ପତ୍ତିର ପ୍ରତିବାଦ କରି କଲେଜର ଶତାଧିକ ଛାତ୍ରଛାତ୍ରୀ ରାଜପଥକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତରେ ପ୍ଲା -କାର୍ଡ ଧରି ବାରିପଦା ବଡ଼ବଜାର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେବା ସହ ସ୍ଥାନାନ୍ତର ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ।

ମହାରାଜା ପୂର୍ଣ୍ଣ ଚନ୍ଦ୍ର ମହାବିଦ୍ୟାଳୟ ଟି ରାଜଉଆସ ଅର୍ଥାତ ବାରିପଦାର ଐତିହ୍ୟ ରାଜବାଟୀ ଭିତରେ ଚାଲୁଥିଲା । ମାତ୍ର କୋଠାକୁ ଅସୁରକ୍ଷିତ ଘୋଷଣା କରାଯିବା ପରେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା କଲେଜ କର୍ତ୍ତୃପକ୍ଷ  ଏବଂ ସ୍ଥାନୀୟ ପ୍ରଶାସନ । ତେବେ କଲେଜକୁ ସହର ବାହାରକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଗ୍ରହଣ କରିପାରିନାହାନ୍ତି । ସେମାନେ ଏହି ସ୍ଥାନାନ୍ତର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ ଐତିହ୍ୟ କୋଠାର ସଂସ୍କାର କରି ସେଠାରେ ହିଁ ପାଠପଢ଼ା ଜାରି ରଖିବାକୁ ଜିଦ୍ ଧରିଛନ୍ତି । ବିକ୍ଷୋଭ ସ୍ଥଳରେ ବାରିପଦା ନଗରପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସତ୍ତ୍ୱେ ନିଜ ଜିଦରେ ଅଟଳ ଛାତ୍ରଛାତ୍ରୀ । ଜିଲ୍ଲାପାଳ ନିଜେ ଘଟଣାସ୍ଥଳକୁ ଆସି କଲେଜ ସ୍ଥାନାନ୍ତର ହେବ ନାହିଁ ବୋଲି ସ୍ପଷ୍ଟ ଘୋଷଣା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

 

Tags: