ହଷ୍ଟେଲ୍ରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ହଷ୍ଟେଲ୍ରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
Samaya Live News Picture
Published On

କଟକ : ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ । କଟକ ସିଡିଏ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ହଷ୍ଟେଲରୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଛାତ୍ର ହେଲେ ଆଠଗଡ଼ ଅଞ୍ଚଳର ଚିନ୍ମୟ ସାହୁ । ସେ +୨ ବିଜ୍ଞାନ ଛାତ୍ର ଥିଲେ । କିନ୍ତୁ ଚିନ୍ମୟଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । କାରଣ ଗତ ଗୁରୁ ଦିବସ ଦିନ ଚିନ୍ମୟଙ୍କ ସହିତ ଅନ୍ୟ କିଛି ଛାତ୍ରଙ୍କ ଗଣ୍ଡଗୋଳ ହୋଇଥିଲା । ଏହାପରେ ଚିନ୍ମୟଙ୍କୁ ଜୀବନରୁ ମାରିଦେବା ପାଇଁ ଉକ୍ତ ଛାତ୍ରମାନେ ଧମକ ଦେଇଥିଲେ । ଏହାପରେ ଗତକାଲି ରାତି ପ୍ରାୟ ୧୧ ଟା ବେଳେ କଲେଜ କର୍ତୃପକ୍ଷ  ଚିନ୍ମୟଙ୍କ ବାବାଙ୍କୁ ଖବର ଦେଇଥିଲେ କି ପୁଅ ର ଦେହ ଅସୁସ୍ଥ ଅଛି ଜଲ୍ଦି ଆସନ୍ତୁ । ପରିବାର ଲୋକେ ହଷ୍ଟେଲ ପହଞ୍ଚିବାବେଳକୁ ପୁଅ ଆଉ ନଥିବା ଜାଣିବାକୁ ପାଇଥିଲେ । ଏହାକୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ଆଜି ଗଣମାଧ୍ୟମ ଆଗରେ ଚିନ୍ମୟଙ୍କ ବାପା କହିଥିଲେ । ସେ ଅଭିଯୋଗ ଆଣିଛନ୍ତି କି ଘଟଣା ଜଣାପଡିବା ଭୟରେ ହଷ୍ଟେଲ ରୁ ସିସିଟିଭି ହଟାଇ ଦିଆଯାଇଛି । ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ଫେଜ୍-୨ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତେବେ ବର୍ତ୍ତମାନ ଯାଏଁ କଲେଜ କତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

Tags: