ଆଜି ଘୋଷଣା ହେବ ଛାତ୍ର ସଂସଦ ନିର୍ବାଚନ ତାରିଖ

ଅକ୍ଟୋବର ୧୫ରେ କ୍ୟାମ୍ପସ ରେ ପଡିବ ଭୋଟ

ଆଜି ଘୋଷଣା ହେବ ଛାତ୍ର ସଂସଦ ନିର୍ବାଚନ ତାରିଖ
Samaya Live News Picture
Published On

ଭୁବନେଶ୍ୱର : ଛାତ୍ର ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆଉ କିଛି ସମୟ ପରେ ଘୋଷଣା ହେବ ନିର୍ବାଚନ ତାରିଖ । ପୂଜା ଛୁଟି ପୂର୍ବରୁ ନିର୍ବାଚନ ସାରିବା ଲକ୍ଷ ରହିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଛି ବୈଠକ । କ୍ୟାମ୍ପସ ଇଲେକ୍ସନକୁ ବନ୍ଦ ରଖିଥିଲେ ପୂର୍ବତନ ସରକାର । ଛାତ୍ର ନିର୍ବାଚନକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । କମ୍ ସମୟରେ ନିର୍ବାଚନକୁ କିଛି ଛାତ୍ର ସଙ୍ଗଠନ ବିରୋଧ କରୁଥିବାବେଳେ ଆଉ କିଛି ଦୁର୍ଗା ପୂଜା ଛୁଟି ପୂର୍ବରୁ ସାରିବାକୁ ଦାବି କରୁଛନ୍ତି । ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ । 

ଆସନ୍ତା ୧୫ତାରିଖରେ ନିର୍ବାଚନ ଏବଂ ଫଳାଫଳ ପ୍ରକାଶ ପାଇବା କୁ ତାରିଖ ସ୍ଥିର ହୋଇଥିବାବେଳେ , ୭ ତାରିଖରେ ନାମାଙ୍କନ ଏବଂ ୯ ତାରିଖରେ ହେବ ନୋମିନେସନ । ୧୫ତାରିଖରେ ଭୋଟିଂ ଦିନ ୨ଟା ଯାଏଁ ଚାଲିବ,ଏହାପରେ ସେହିଦିନ ହିଁ  ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଏବଂ  ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ କରାଯିବ । 

ସୂଚନାନୁସାରେ , ରାଜ୍ୟରେ ଶେଷଥର ପାଇଁ ୨୦୧୭ ମସିହାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ୨୦୧୮ ମସିହାରୁ ବିଭିନ୍ନ କାରଣ (ହିଂସାକାଣ୍ଡ, ବାତ୍ୟା ଏବଂ କୋଭିଡ ମହାମାରୀ) ଯୋଗୁଁ  ଦୀର୍ଘ ୮ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି ।

Tags: