ସ୍କୁଲ ଯିବା ରାସ୍ତାରେ ଟଳି ପଡିଲେ ଛାତ୍ର

ସ୍କୁଲ ଯିବା ରାସ୍ତାରେ ଟଳି ପଡିଲେ ଛାତ୍ର

ଗଞ୍ଜାମ : ସ୍କୁଲ ଯିବାବେଳେ ରାସ୍ତାରେ ଝୁଣ୍ଟି ପଡ଼ି ଛାତ୍ରଙ୍କ ମୃତ୍ୟୁ । ଆଜି ସକାଳେ ଗଞ୍ଜାମ ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗାଁରେ ଘଟିଯାଇଛି ଏକ ଦୁଃଖଦ ଘଟଣା l ଆଜି ସକାଳ ସ୍କୁଲ ଥିବାରୁ ଗାଁର ସିମାଞ୍ଚଳ ଗୌଡ଼ଙ୍କ ପୁଅ ଆକାଶ ସ୍କୁଲ ଯାଉଥିବା ବେଳେ ହଠାତ୍ ରାସ୍ତାରେ ଝୁଣ୍ଟି ପଡ଼ିଥିଲେ । ଏହାପରେ ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କରୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ,କିଛି ଦିନ ପୂର୍ବରୁ ଆକାଶ ଅସୁସ୍ଥ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଆକାଶଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର ବିପୁଳ ପରିମାଣରେ ଧଳା ଜହର ସହ ମା'ପୁଅ ଗିରଫ


ସମ୍ବନ୍ଧିତ ଖବର ମନ୍ତ୍ରୀ,ବିଧାୟକଙ୍କ ଦରମା ବୃଦ୍ଧି ହେବ !

Tags: