ଘର ଭିତରେ ନିଆଁରେ ଜଳିଯାଇ ଛାତ୍ରୀ ଗୁରୁତର

ଘର ଭିତରେ ନିଆଁରେ ଜଳିଯାଇ ଛାତ୍ରୀ ଗୁରୁତର
Samaya Live News Picture
Published On

ସୁନ୍ଦରଗଡ଼ : ସନ୍ଦେହ ଜନକ ଭାବରେ ଘର ଭିତରେ ଜଳିଗଲେ ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଆଜି ଭୋର ସମୟରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ଣ ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିଲା । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଛି । IGH ବର୍ଣ୍ଣ କେୟାର ୟୁନିଟ୍ ରେ ତାଙ୍କର ଚିକିତ୍ସା ଜାରି ରହିଛି I ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି ।  

ସୂଚନାନୁସାରେ,ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢ଼ୁଥିଲେ । ଗତ ରାତି ୧୦ ଟା ବେଳେ ଛାତ୍ରୀ ଜଣକ ତାଙ୍କ ରୁମ୍କୁ ପଢିବା ପାଇଁ ଯାଇଥିଲେ । କିନ୍ତୁ ରାତି ୨ ଟା ବେଳେ ଘର ଭିତରେ ନିଆଁ ଜଳୁଥିବାର ଛାତ୍ରୀଙ୍କ ମା'ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଛାତ୍ରୀଙ୍କ ମା' ଓ ଭାଇ ମିଶି ନିଆଁ ଲିଭାଇବାକୁ ଚେଷ୍ଟା କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ଛାତ୍ରୀଙ୍କ ଭାଇ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଯେଉଁଥିରେ ପିଡୀତା ଛାତ୍ରୀ ଜଣଙ୍କୁ ଜାଳି ମାରିଦେବାକୁ ଧମକ ଦିଆଯାଇଥିଲା।ଏହି ଧମକ କିଏ ଦେଇଥିଲା ତାହା ଜଣାପଡିନଥିବା ବେଳେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ  ସନ୍ଦେହରେ ଅଟକ ରଖିଛି ପୋଲିସ ।

ସେପଟେ ପୀଡିତା ଛାତ୍ରୀ ହସ୍ପିଟାଲରେ ବୟାନ ଦେଇଛନ୍ତି କି ସେ ନିଜେ ଜଳି ନାହାନ୍ତି । ଯାହାକି ଅଧିକ ସନ୍ଦେହ ସୃଷ୍ଟି କରୁଛି। ତେବେ ସେ ଆତ୍ମାହୁତି ଉଦ୍ୟମ କରିଛନ୍ତି ନା କେହି ଜଣେ ତାଙ୍କୁ ନିଆଁ ଲଗାଇ ଦେଇଛି ଏନେଇ  ସ୍ପଷ୍ଟ ହୋଇ ନାହିଁ । ସୁନ୍ଦରଗଡ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

Tags: