ଇଂଜିନିୟରିଂ ହଷ୍ଟେଲ ରେ ଛାତ୍ର ଉତ୍ତେଜନା, ପରିସରରେ ପୋଲିସ ମୁତୟନ
କେନ୍ଦୁଝର : କେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ ଛାତ୍ରାବାସରେ ଉତ୍ତେଜନା । ତୃତୀୟ ବର୍ଷର ଛାତ୍ରଙ୍କ ମାଡ଼ରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଗୁରୁତର ହୋଇଛନ୍ତି । ତେବେ ମଦ୍ୟପାନ ସମୟରେ ବଚସାକୁ ନେଇ ଏହି ମାରପିଟ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ର ଅଶାନ୍ତି ବୃଦ୍ଧି ପାଉଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ, ଗତକାଲି ଛାତ୍ର ଆବାସରେ ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କ ସହ ତୃତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ ମଦ୍ୟପାନକୁ ନେଇ ବଚସା ହୋଇଥିଲା । ପ୍ରଥମେ କଥା କଟାକଟିରୁ ଆରମ୍ଭ ହୋଇଥିବା ବିବାଦ ପରବର୍ତ୍ତୀ ସମୟରେ ମାରପିଟର ରୂପ ନେଇଥିବା ଅଭିଯୋଗ ରହିଛି ।
ମାରପିଟରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆହତ ହୋଇଥିଲେ । ଆହତ ଛାତ୍ର ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
Tags:




