୨୪ରୁ କଟକକୁ ଗଡିବନି ଘରୋଇ ବସ
By: Samaya Live News
କଟକ : ୨୪ରୁ ଗଡିବନି ଘରୋଇ ବସ୍ । ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ଏପରି ନିଷ୍ପତି ନେଇଛି । ମୁଖ୍ୟମନ୍ତ୍ରୀ ବସ୍ ବ୍ଲକରୁ ଜିଲ୍ଲା ହେଡ୍ କ୍ଵାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି । ଆସନ୍ତା ୨୩ ତାରିଖ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ସଂଘ ଚେତାବନୀ ଦେଇଛି ।
ସମ୍ବନ୍ଧିତ ଖବର ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ଏନେଇ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଙ୍କ ପକ୍ଷରୁ ସୂଚନା ମିଳିଛି । ଯଦି ୨୩ ତାରିଖ ସୁଦ୍ଧା କୌଣସି ସମାଧାନ ନହୁଏ , ତେବେ ୨୪ ତାରିଖରୁ କଟକକୁ ବାହାରୁ କୌଣସି ବସ୍କୁ ଆସିବାକୁ ଦିଆଯିବ ନାହିଁ । ଏନେଇ ଘରୋଇ ବସ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ପ୍ରଦାନ କରିବ । ଯଦି ମୁଖ୍ୟମନ୍ତ୍ରୀ ନ ଶୁଣିଲେ ତେବେ ୨୪ ତାରିଖ ପରେ ସାରା ରାଜ୍ୟରେ ବସ୍ ସେବା ବନ୍ଦ କରାଯିବ।
ସମ୍ବନ୍ଧିତ ଖବର ଆଜି ପବିତ୍ର ଶ୍ରୀପଞ୍ଚମୀ,ରଥକାଠ ଅନୁକୂଳ ହେବ
Tags:



