ରାଜ୍ୟରେ ସମସ୍ତ କ୍ଲବ,ପବ୍‌ରେ କଡାକଡି ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ରାଜ୍ୟରେ ସମସ୍ତ କ୍ଲବ,ପବ୍‌ରେ କଡାକଡି ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ଭୁବନେଶ୍ୱର : ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଫାୟାର ସେଫ୍ଟି ସିକ୍ୟୁରିଟି କଡାକଡି ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂସୁ ଷଢ଼ଙ୍ଗୀ । ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ନିରାପତ୍ତାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି I ଅଗ୍ନିକାଣ୍ଡ ଦୁର୍ଘଟଣା ଜନିତ ମୃତାହତଙ୍କୁ ରୋକିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି। 

Read More ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ,ଦୀଘା ମଡେଲ ମାଷ୍ଟରମାଇଣ୍ଡ ଅଟକ

ରାଜ୍ୟରେ  ଚାଲୁଥିବା ୧୦୦ଜଣ କ୍ଷମତା ବିଶିଷ୍ଟ ରେସ୍ତୋରାଁ ମଧ୍ୟ ଚେକିଂ କରିବାକୁ ଅଗ୍ନିଶମ ଡିଜ ନିର୍ଦ୍ଦେଶ ଦେଇଛନ୍ତି । କ୍ଲବ ଏବଂ ପବଗୁଡ଼ିକରେ ଯୁବପିଢ଼ିଙ୍କ ଭିଡ଼ ଲାଗିରହୁଛି। ମନୋରଞ୍ଜନ ସମୟରେ କୌଣସି ଅଘଟଣ ଘଟିଲେ କିମ୍ବା ଅଗ୍ନିକାଣ୍ଡ ଘଟିଲେ ତାହାର ପ୍ରତିକାର ଲାଗି ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ ତାହାକୁ ଯାଞ୍ଚ କରିବାକୁ ଡିଜିଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । 

Read More ବିଜେପିରେ ମିଶିବେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ !

ସୂଚନା ଯୋଗ୍ୟ, ଶନିବାର ରାତିରେ ଗୋଆର ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଏକ ନାଇଟ କ୍ଲବରେ ଡ୍ୟାନ୍ସ ଚାଲୁଥିବା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ପରେ ନିଆଁ ଚାରିଆଡ଼େ ବ୍ୟାପିଯିବା ସହିତ ଗ୍ୟାସ ସିଲିଣ୍ଡର ସହ ସଂଯୋଗ ହୋଇଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା।ଏଥିରେ ୨୫ ଜଣଙ୍କ ପ୍ରଣହାନି ଘଟିଥିବା ବେଳେ ୬ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Read More ଅପରାଧୀର ଗୋଟିଏ ଠିକଣା, "ଜେଲ୍‌ର ଚାରିକାନ୍ଥ' - ମୁଖ୍ୟମନ୍ତ୍ରୀ

 

Tags: