ଛାତ୍ର ପୋଡି ଘଟଣାରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ - ଗଣଶିକ୍ଷା ମନ୍ତ୍ରୀ

ଛାତ୍ର ପୋଡି ଘଟଣାରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ - ଗଣଶିକ୍ଷା ମନ୍ତ୍ରୀ

ରାୟଗଡା : ଛାତ୍ରଙ୍କ ଉପରେ ଥିନର ଢାଳି ନିଆଁ ଲଗାଇବା ଘଟଣାରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଯିଏ ବି ଦୋଷୀ ହୋଇଥିବ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସ୍କୁଲରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ ।ବିଷମକଟକ ଏସଡ଼ିପିଓ ଙ୍କ ସହ ୨ ଥାନା ଅଧିକାରୀ ସ୍କୁଲରେ ପହଞ୍ଚିଛନ୍ତି  । ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକଙ୍କୁ ଚାଲିଛି ପଚରାଉଚରା । 

ସମ୍ବନ୍ଧିତ ଖବର ୨୦୨୭ ସୁଦ୍ଧା ପ୍ରତି ଗାଁ କୁ ଯୋଗାଇ ଦିଆଯିବ ପାଇପ ପାଣି - ମୁଖ୍ୟମନ୍ତ୍ରୀ

ଗତକାଲି ରାୟଗଡ଼ା ଜିଲ୍ଲା ମୁନିଗଡ଼ା ପାଇକ ଡାକୁଲୁଗୁଡ଼ା ହାଇସ୍କୁଲରେ ଘଟିଥିଲା ଏହି  ଅଭାବନୀୟ ଘଟଣା । ସପ୍ତମ ଶ୍ରେଣୀରେ ପଢୁଥିବା ୪ ଛାତ୍ରଙ୍କ ଉପରେ ଥିନର ଢାଳି ନିଆଁ ଲଗାଇଦେଇଥିଲେ ଅନ୍ୟଜଣେ ଛାତ୍ର । ସମସ୍ତ ଆହତ ଛାତ୍ରଙ୍କୁ ବିଷମ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି I ତେବେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଛି, ସେ ନେଇ କିଛି ସ୍ପଷ୍ଟ ହୋଇନି।

ସମ୍ବନ୍ଧିତ ଖବର ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଛାତ୍ର ଜଣକ ଥିନର କେଉଁଠୁ ଆଣିଲେ, କାହିଁକି ଢାଳିଲେ ଏବଂ ନିଆଁ ଲଗାଇବାକୁ କେଉଁ ପରିସ୍ଥିତିରେ ସୁଯୋଗ ପାଇଲେ ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର ମାଓମୁକ୍ତ ହେବ ରାଜ୍ୟ, ଦିନକରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

 

Tags: