କ୍ଲାସ ନକରି ଖଟି କଲେ ଆଧ୍ୟାପକଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

କ୍ଲାସ ନକରି ଖଟି କଲେ ଆଧ୍ୟାପକଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଆକ୍ସନ ମୋଡ଼ରେ ଉଚ୍ଚଶିକ୍ଷା ବିଭାଗ । ଏଣିକି କ୍ଳାସ  ନକରି ଖଟି କଲେ କିମ୍ବା ମୋବାଇଲରେ ଗପିଲେ ଅଧ୍ୟାପକଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । କଠୋର କାର୍ଯ୍ୟାନୁଷ୍ଠାନ ସହ ଦରମା ବନ୍ଦ ହୋଇପାରେ । ସମସ୍ତ ଅନୁଦାନପ୍ରାପ୍ତ ସରକାରୀ କଲେଜ ଅଧ୍ୟକ୍ଷକଙ୍କୁ ଉଚ୍ଚ ଶିକ୍ଷା ବିଭଗର ଚିଠି । କଲେଜରେ ଅବହେଳା ନଜରକୁ ଆସିବା ପରେ ଏମିତି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ ।

ସମ୍ବନ୍ଧିତ ଖବର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡାକଡି ସୁରକ୍ଷା ବ୍ୟବସ୍ଥା

ନିକଟରେ ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ କଟକ ଜିଲାର ଅନୁଦାନପ୍ରାପ୍ତ ୨ ସଂସ୍କୃତ କଲେଜରେ ଖଟି କରୁଥିଲେ ଅଧ୍ୟାପକ । କ୍ଲାସ ନ କରି ଅଧ୍ୟାପକ ଚେୟାର ବସି ମୋବାଇଲ୍‌ରେ ବ୍ୟସ୍ତ ଥିଲେ। ଏହି ଘଟଣା ପରେ ଉଚ୍ଚଶିକ୍ଷ ବିଭାଗ ଆକ୍ସନ ମୋଡ଼କୁ ଆସିଛି । ଆଗକୁ କଲେଜରେ କ୍ଲାସ ନକ ରି ଖଟି କରୁଥିଲେ ଉଚ୍ଚଶିକ୍ଷା ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଦରମା ବନ୍ଦ କରିଦିଆଯାଇପାରେ। ଏନେଇ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ସମ୍ବନ୍ଧିତ ଖବର ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା ୫ ମୃତ,୬ ଆହତ

Tags: