ମୃତକଙ୍କ ନାଁ ରେ ଚାଉଳ ଉଠାଇଲେ କଡା କାର୍ଯ୍ୟାନୁଷ୍ଠାନ
By: Samaya Live News
ଭୁବନେଶ୍ୱର : ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡା ତାଗିଦ । ଏଣିକି ମୃତ ହିତାଧିକାରୀଙ୍କ ନାଁରେ ରାସନ ଉଠାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଯେଉଁ ରାସନକାର୍ଡ ଉପଭୋକ୍ତା ମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଉଥିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ,ତାହା ଦେଢ଼ଗୁଣା ସେହି ବ୍ୟକ୍ତିଙ୍କ ଠାରୁ ଆଦାୟ ହେବ। ପୂର୍ବରୁ ଯେଉଁମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଇଛନ୍ତି ଯଦି ସେହି ବ୍ୟକ୍ତି ଧରାପଡିଲେ ସରକାର ତାଙ୍କ ପାଖରୁ କ୍ଷତିପୂରଣ ଆଦାୟ କରିବେ । ଇ-କେଓ୍ବାଇସି ପରେ ରାଜ୍ୟରେ ୬ ଲକ୍ଷ ୯୫ ହଜାରରୁ ଉର୍ଦ୍ଧ୍ୱ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ମୃତ ହିତାଧିକାରୀ ବିଷୟରେ ତଥ୍ୟ ଜଣାଇ ନାଁ କାଟିବାକୁ ମନ୍ତ୍ରୀ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି।
ସମ୍ବନ୍ଧିତ ଖବର ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ ଉପରେ ପୁନଃବିଚାର ହେବ
Tags:



