ମୃତକଙ୍କ ନାଁରେ ରାସନ ଉଠାଇଲେ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ଯୋଗାଣ ବିଭାଗର କଡା ଚେତାବନୀ । ମୃତକଙ୍କ ନାଁରେ ରାସନ ଉଠାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ମୃତ ବ୍ୟକ୍ତିଙ୍କ ନାମରେ ଅନୁଚିତ ଭାବେ ରେସନ ସାମଗ୍ରୀ ଉଠାଣକୁ ରୋକିବା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାସନ କାର୍ଡରେ ଥିବା ସଦସ୍ୟଙ୍କ ମୃତ୍ୟୁ ସମ୍ପର୍କିତ ତଥ୍ୟ ଲୁଚାଇ ପିଡ଼ିଏସ ସାମଗ୍ରୀ ହଡପ କଲେ ଦେବାକୁ ପଡିବ ଦେଢଗୁଣା ଅର୍ଥ । ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ତାରିଖ ପରଠାରୁ ନେଇଥିବା ପିଡିଏସ ସାମଗ୍ରୀର ମୂଲ୍ୟର ଦେଢ଼ଗୁଣ ଅର୍ଥ ପରିବାର ଲୋକଙ୍କ ଠାରୁ ଆଦାୟ କରାଯିବ । ଏଥିପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦାୟ ୨୦୧୬କ ଧାରା ୨୭(୧)ରେ ସଂଶୋଧନ କରାଯାଛି ।
ସେହିପରି ଅନ୍ତୋଦ୍ୟୋୟ ଅନ୍ନ ଯୋଜନାରେ ହିତାଧିତାରୀଙ୍କୁ ସାମିଲ ପାଇଁ ଆୟ ସୀମା ବଢ଼ିଛି । ପୂର୍ବରୁ ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ରୁ ଅଧିକ ଦରମା ପାଉଥିଲେ ଏଥିରୁ ବାଦ ପଡୁଥିଲେ । ସରକାର ଏବେ ଆୟ ମାନଦଣ୍ଡକୁ ବୃଦ୍ଧି କରିଛନ୍ତି । ଗ୍ରାମାଞ୍ଚଳ ପାଇଁ ୧୫ ହଜାର ଓ ସହରାଞ୍ଚଳ ପାଇଁ ଆୟ ସୀମା ୨୦ ହଜାର ରଖାଯାଇଛି ।



