ବସ ଭଡା ଅଧିକ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ - ମନ୍ତ୍ରୀ

ବସ ଭଡା ଅଧିକ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ । ବସ୍ ମାଲିକ ଓ କର୍ମଚାରୀଙ୍କୁ କଡା ଚେତାବନୀ ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ତେଲ ଦର ବୃଦ୍ଧି ଆଳରେ କେତେକ ସ୍ଥାନରେ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନିଆଯାଉଥିବା ଅଭିଯୋଗ ହେବା ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ବସ୍ ଭଡ଼ା ମାତ୍ର ୨ ପ୍ରତିଶତ ବୃଦ୍ଧି କରାଯାଇଛି । କିନ୍ତୁ ଏହାର ସୁଯୋଗ ନେଇ କିଛି ଅସାଧୁ ବସ୍ କର୍ମଚାରୀ ଯାତ୍ରୀଙ୍କୁ ଶୋଷଣ କରୁଥିବା ନଜରକୁ ଆସିଛି, ଯାହା ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଯଦି କୌଣସି ଗାଡ଼ି ମାଲିକ ମନ ଇଚ୍ଛା ଦର ବଢାନ୍ତି । କି ସରକାରଙ୍କ ନିୟମ ନମାନନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାତ୍ରୀମାନେ ମଧ୍ୟ ସଚେତନ ରହି ଅଧିକ ଟଙ୍କା ନଦେଇ କେବଳ ସଠିକ୍ ଭଡ଼ା ଦେଇ ଯାତ୍ରା କରିବାକୁ ସେ ଅପିଲ୍ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଡିଜେଲ୍ ଓ ପେଟ୍ରୋଲ୍ ଦର ବୃଦ୍ଧି ପାଉଛି ଏବଂ ଆଗକୁ ଏହା ଆହୁରି ବଢ଼ିବା ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Tags: